ସବରିମାଳା ଖୋଲିବାର ୪ ଦିନ ବିତିଲା, ତଥାପି ଯାଇପାରୁ ନାହାନ୍ତି ମହିଳା

Advertisment

ପରମ୍ପରାରେ କେହି ହସ୍ତକ୍ଷେପ ନକରନ୍ତୁ: ରଜନୀକାନ୍ତ

ପରମ୍ପରାରେ କେହି ହସ୍ତକ୍ଷେପ ନକରନ୍ତୁ: ରଜନୀକାନ୍ତ

ସବରିମାଳା ଖୋଲିବାର ୪ ଦିନ ବିତିଲା, ତଥାପି ଯାଇପାରୁ ନାହାନ୍ତି ମହିଳା

Photo Courtesy of India Today

ଥିରୁବନନ୍ତପୁରମ୍‌: ସୁପ୍ରିମକୋର୍ଟଙ୍କ ରାୟ ପରେ ସବରିମାଳା ମନ୍ଦିର ଖୋଲିବାର ୪ ଦିନ ବିତିଯାଇଛି। କିନ୍ତୁ ଏଯାବତ୍‌ ମହିଳାମାନେ ସବରିମାଳା ମନ୍ଦିରକୁ ପ୍ରବେଶ କରିବାରେ ସମର୍ଥ ହୋଇନାହାନ୍ତି। ମହିଳା ଭକ୍ତ ଏବଂ ଭଗବାନ ଆୟପ୍ପାଙ୍କ ମଧ୍ୟରେ ଆନ୍ଦୋଳନକାରୀମାନେ‌ ଯେଉଁ ପାଚେରି ଉଠାଇଛନ୍ତି ସେହି ପାଚେରି ଅତିକ୍ରମ କରିବାପାଇଁ ଏହି ନିର୍ଦ୍ଦିଷ୍ଟ ବୟସର ମହିଳାମାନେ ସକ୍ଷମ ହୋଇନାହାନ୍ତି। ବିରୋଧ ଓ ଆନ୍ଦୋଳନ ଜୋରଦାର ହୋଇଥିବାରୁ ମନ୍ଦିର ପରିସର ଏବଂ ମନ୍ଦିର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ୨ ଜଣ ମହିଳା ପୁଲିସ ସୁରକ୍ଷା ଭିତରେ ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବରିଷ୍ଠ ନାଗରିକଙ୍କ ସମେତ ଅନେକ ସଂଖ୍ୟାରେ ଆ‌େନ୍ଦାଳନକାରୀ ମହିଳାଙ୍କ ପ୍ରବେଶକୁ ଜୋରଦାର ବିରୋଧ କରିଛନ୍ତି। ସପଟେ ମନ୍ଦିର ପୁରୋହିତ ଧମକ ଦେଇଛନ୍ତି ଯେ ଯଦି ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଯାଏ ‌ତେବେ ସେ ମନ୍ଦିର ଦ୍ବାର ବନ୍ଦ କରିଦେବେ। ଆଜି ମଧ୍ୟ ଜଣେ ୫୨ ବର୍ଷୀୟା ମହିଳାଙ୍କୁ ମନ୍ଦିରକୁ ପ୍ରବେଶ କରିବାପାଇଁ ତାଙ୍କ ବୟସ ପ୍ରମାଣ ଦେବାକୁ ପଡ଼ିଛି।

ତାମିଲ ସୁପରଷ୍ଟାର ରଜନୀକାନ୍ତ ଆଜି ସବରିମାଳା ମନ୍ଦିର ମାମଲାରେ ପ୍ରଥମ ଥର ପାଇଁ ନିଜର ମତ ରଖିଛନ୍ତି। ରଜନୀକାନ୍ତ କହିଛନ୍ତି ଯେ ଅନେକ ଦିନ ଧରି ମନ୍ଦିରରେ ଯେଉଁ ପରମ୍ପରା ରହିଛି ସେହି ପରମ୍ପରାରେ କେହି ହସ୍ତ‌େକ୍ଷପ କରିବା ଉଚିତ୍‌ ନୁହେଁ। ଚେନ୍ନାଇରେ ଗଣମାଧ୍ୟମରେ ନିଜର ମତ ରଖି ରଜନୀକାନ୍ତ କହିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ସମାନ ଅଧିକାର ରହିଛି, ଏଥିରେ ଦ୍ବିମତ ନାହିଁ। କିନ୍ତୁ ମନ୍ଦିର ‌େକ୍ଷତ୍ରରେ ପ୍ରତ୍ୟେକ ମନ୍ଦିରର ଏକ ସ୍ବତନ୍ତ୍ର ପ୍ରଥା ଓ ପରମ୍ପରା ରହିଛି। ଏ କ୍ଷେତ୍ରରେ ମୋ ମତରେ କୌଣସି ଜଣେ ହେଲେ ବି ମନ୍ଦିରର ପରମ୍ପରାରେ ହସ୍ତକ୍ଷେପ କରିବା ଉଚିତ୍‌ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe