ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ‌ଭକ୍ତଙ୍କ ପାଇଁ ଖୋଲିଲା ସାବରିମାଲା ମନ୍ଦିର

ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ‌ଭକ୍ତଙ୍କ ପାଇଁ ଖୋଲିଲା ସାବରିମାଲା ମନ୍ଦିର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ (କୋଭିଡ୍-୧୯) ହେତୁ ବନ୍ଦ ଥିବା କେରଳର ସାବରିମାଲା ମନ୍ଦିର ପରେ ଭକ୍ତମାନଙ୍କ ପାଇଁ ଶନିବାର (ଜୁଲାଇ ୧୭)ରେ ଖୋଲା ଯାଇଛି। ଶ୍ରଦ୍ଧାଳୁମାନଙ୍କ ପାଇଁ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ସାବରିମାଲା ମନ୍ଦିର ଖୋଲା ରହିବ ବୋଲି ସୂଚନା ରହିଛି।

ସାବରିମାଲା ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ଲୋକଙ୍କୁ ଉଭୟ ଡୋଜର କୋଭିଡ୍‌-୧୯ ଟିକାକରଣର ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ ଟେଷ୍ଟ୍‌ ହୋଇଥିବା ଆର୍‌ଟିପିସିଆର୍‌ର ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରିବାକୁ ହେବ।

publive-image Mathrubhumi English

ଭକ୍ତମାନଙ୍କୁ କୋଭିଡ-୧୯ ସୁରକ୍ଷା ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି ଅଧିକାରୀମାନେ ପୂର୍ବରୁ କହିଛନ୍ତି।  ଅଧିକନ୍ତୁ ଲୋକଙ୍କୁ ଅନଲାଇନ୍ ବୁକିଂ ସିଷ୍ଟମରେ ସେମାନଙ୍କର ସ୍ଲଟ୍ ବୁକ୍ କରିବାକୁ ପଡିବ ଏବଂ ୫ ହଜାରରୁ ଅଧିକ ଭକ୍ତଙ୍କୁ ସାବରିମାଲା ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଅଧିକାରୀମାନେ ମନ୍ଦିର ପରିଦର୍ଶନ କରିବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ଘୋଷଣା କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଭୁ ଆୟାପ୍ପା ଭଗବାନଙ୍କ ମନ୍ଦିରକୁ କରୋନା କାରଣରୁ ଚଳିତବର୍ଷ ମେ ମାସରେ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe