ସାବରିମାଲା ମନ୍ଦିରରେ ପୁରୁଷ ବେଶରେ ଜଣେ ମହିଳା ପ୍ରବେଶ କରିଥିବା ସନ୍ଦେହ: ମାନବ ଶୃଙ୍ଖଳ କରି ପ୍ରତିବାଦ କଲେ ଭକ୍ତ

ସାବରିମାଲା ମନ୍ଦିରରେ ପୁରୁଷ ବେଶରେ ଜଣେ ମହିଳା ପ୍ରବେଶ କରିଥିବା ସନ୍ଦେହ: ମାନବ ଶୃଙ୍ଖଳ କରି ପ୍ରତିବାଦ କଲେ ଭକ୍ତ

Zee News

କୋଚି: ସାବରିମାଲା ମନ୍ଦିରରେ ସୋମବାର ସଂଧ୍ୟାରେ ଦେଖାଯାଇଛି ଉତ୍ତେଜନା। ମନ୍ଦିରର ଚାରିପଟେ ଭଗବାନ୍‌ ଆୟାପ୍ପାଙ୍କ ଭକ୍ତମାନେ ମାନବ ଶୃଙ୍ଖଳ କରି କାହାକୁ ବି ଛାଡ଼ି ଦେଉନାହାନ୍ତି। ମିଳିଥିବା ସୂଚନା ଅନୁସାରେ,ଜଣେ ମହିଳା ପୁରୁଷ ବେଶରେ ଆସି ମନ୍ଦିରର ଗର୍ଭଗୃହ ଭିତରକୁ ପ୍ରବେଶ କରିଥିବା ସେମାନେ ସନ୍ଦେହ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ମାନବ ଶୃଙ୍ଖଳ ଗଠନ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ କେଉଁ ମହିଳା ପୁରୁଷ ବେଶରେ ସମସ୍ତଙ୍କ ନଜର ଏଡାଇ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ସକ୍ଷମ ହେଲା ତାହା ଜଣାପଡ଼ିନାହିଁ। ତାଙ୍କର ବୟସ କେତେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ଭଗବାନ୍‌ ଆୟାପ୍ପାଙ୍କ ଭକ୍ତଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି।

ଯଦିଓ ସୁପ୍ରିମ୍‌କୋର୍ଟ ସବୁ ବୟସର ମହିଳାଙ୍କ ପ୍ରବେଶାଧିକାର ରହିଥିବା ରାୟ ଦେଇଛନ୍ତି ,କିନ୍ତୁ ଭଗବାନ୍‌ ଆୟାପ୍ପାଙ୍କ ଭକ୍ତମାନେ ପରମ୍ପରା ଅନୁସାରେ ୧୦ରୁ ୫୦ ବର୍ଷ ବୟସ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଦେଇନାହାନ୍ତି। ଏହା ସାବରିମାଲା ମନ୍ଦିରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe