ଆଜି ଅପରାହ୍ଣରେ ଖୋଲିବ ସାବରିମାଲା ମନ୍ଦିର, ଆସନ୍ତା କାଲିଠାରୁ ସର୍ବସାଧାରଣ ଦର୍ଶନ

Advertisment
ଆଜି ଅପରାହ୍ଣରେ ଖୋଲିବ ସାବରିମାଲା ମନ୍ଦିର, ଆସନ୍ତା କାଲିଠାରୁ ସର୍ବସାଧାରଣ ଦର୍ଶନ

Image Courtesy of Zee News

ଆଜି ଅପରାହ୍ଣରେ ଖୋଲିବ ସାବରିମାଲା ମନ୍ଦିର, ଆସନ୍ତା କାଲିଠାରୁ ସର୍ବସାଧାରଣ ଦର୍ଶନ
ତିରୁଅନନ୍ତପୁରମ୍ : ଆଜିଠାରୁ ଖୋଲିବ କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ସାବରିମାଲା । ଆଜି ଅପରାହ୍ଣ ୫ଟାବେଳେ ଏହା ଖୋଲିବ । ତେବେ ଆସନ୍ତା କାଲିଠାରୁ ଏହା ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବ । ମାଲାୟଲମ୍ ମାସ କାରକିଦକମ୍ ଉପଲକ୍ଷେ କେତେକ ସ୍ବତନ୍ତ୍ର ପୂଜା ପାଇଁ ଏହାକୁ ଖୋଲାଯାଉଛି ।

ଏହି ମନ୍ଦିର ପରିଚାଳନା କରୁଥିବା ‘ଟ୍ରାଓ୍ଵାଙ୍କୋର୍‌ ଦେବସ୍ୱମ୍‌ ବୋର୍ଡ’ (ଟିଡିବି) ମଧ୍ୟ କହିଛି ଯେ, କରୋନା ମହାମାରୀ ଦୃଷ୍ଟିରୁ ଏହି ତୀର୍ଥ ଦର୍ଶନ ପାଇଁ ଆସୁଥିବା ତୀର୍ଥ ଯାତ୍ରୀମାନେ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ କରାଯାଇଥିବା ‘ଆର୍‌ଟି-ପିସିଆର୍‌’ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ନଚେତ୍‌ ସେମାନଙ୍କୁ ତୀର୍ଥ ଯାତ୍ରା ସୁଯୋଗ ଦିଆଯିବ ନାହିଁ। ଆହୁରି ମଧ୍ୟ ପ୍ରତିଦିନ ଅନଲାଇନ ପୋର୍ଟାଲ ମାଧ୍ୟମରେ ବୁକିଂ କରାଯାଇଥିବା କେବଳ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ ।

ସୂଚନାଯୋଗ୍ୟ ଯେ କେରଳରେ କରୋନା ସଂକ୍ରମଣ ଏବେ ଚିନ୍ତାଜନକ ସ୍ଥିତିରେ ରହିଛି । ଏହା ସହିତ ରାଜ୍ୟରେ ଜିକା ଭୁତାଣୁ ସଂକ୍ରମଣ ମଧ୍ୟ ବଢିଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe