The Wire
ତିରୁବନନ୍ତପୁରମ: ଶନିବାର କେରଳର ସାବରିମାଲା ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୪୧ ଦିନିଆ ବାର୍ଷିକ ତୀର୍ଥଯାତ୍ରାର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା ହୋଇଛି। ବୟସ୍କା ମହିଳା ଦର୍ଶନ ଉଦ୍ଦେଶ୍ୟରେ ମନ୍ଦିର ଚଢ଼ିବା ଆରମ୍ଭ କରିବା ପୂର୍ବରୁ ପୁଲିସ୍ ବୟସ ପ୍ରମାଣପତ୍ର ତନଖି କରୁଛି।
ସାବରିମାଲା ମନ୍ଦିରର ମୁଖ୍ୟ ପୂଜାରୀ ମହେଶ କନ୍ଦାରଉ ସଂଧ୍ୟା ୫ଟାରେ ମନ୍ଦିର ଦ୍ବାର ଖୋଲିବେ ବୋଲି ସୂଚନା ରହିଛି। ତେବେ, ମହିଳାମାନେ ସାବରିମାଲା ମନ୍ଦିର ଭିତରକୁ ଯାଇପାରିବେ ବୋଲି ସୁପ୍ରିମ୍କୋର୍ଟ ଅନୁମତି ଦେଇ ସାରିଥିଲେ ବି ପ୍ରାୟ ୫ ଜଣ ମହିଳାଙ୍କୁ ପୁଲିସ୍ ଫେରାଇ ଦେଇଥିବା ସୂଚନା ରହିଛି।
The Hinduମହିଳାମାନେ ଯେତେବେଳେ ଭିତରକୁ ଯିବାକୁ ଜିଦ୍ କରିଥିଲେ ସେତେବେଳେ କିଛି ବରିଷ୍ଠ ପୁଲିସ୍ ଅଧିକାରୀ ତାଙ୍କୁ କହିଥିଲେ ଯେ ୧୦ ରୁ ୫୦ ବର୍ଷ ଭିତରେ ମହିଳାଙ୍କୁ ମନ୍ଦିର ଭିତରକୁ ନ ଛାଡ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ରହିଛି।
ପୂର୍ବରୁ କିଛି ମହିଳା କର୍ମକର୍ତ୍ତା ମନ୍ଦିର ଭିତରୁ ପ୍ରବେଶ କରିବେ ବୋଲି କହିଥିବା ବେଳେ ରାଜ୍ୟ ସରକାର ସେହି ମହିଳାମାନଙ୍କ ସକାଶେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ନାହିଁ ବୋଲି କହିଥିଲେ।
Follow Us