ଏସ୍‌ଏ୍‌ସି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା:ସିବିଆଇ ତଦନ୍ତ ଘୋଷଣା କଲେ ସରକାର

Advertisment
ଏସ୍‌ଏ୍‌ସି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା:ସିବିଆଇ ତଦନ୍ତ ଘୋଷଣା କଲେ ସରକାର

ନୂଆ ଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ୍‌ କମିସନ(ଏସ୍‌ଏସ୍‌ସି) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସିବିଆଇ ତଦନ୍ତ ହେବ ବୋଲି ଆଜି ସରକାର ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, କାର୍ଯ୍ୟାନୁଷ୍ଠାନ ଦାବିରେ ସପ୍ତାହେ ବ୍ୟାପୀ ଆନ୍ଦୋଳନ ଜାରି ରଖିଥିବା ଆଶାୟୀ ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ନିର୍ଦ୍ଦେଶରେ ସନ୍ତୁଷ୍ଟ ହୋଇନାହାନ୍ତି। ସିବିଆଇ ତଦନ୍ତ ପାଇଁ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେନି ବୋଲି କହିଛନ୍ତି। ଆଜି ବିହାର ଉତ୍ତରପ୍ରଦେଶରେ ମଧ୍ୟ ଆନ୍ଦୋଳନ ତେଜିଥିବା ବେଳେ ବିହାରର ପାଟ୍‌ନାରେ କିଛି ଏସ୍‌ଏସ୍‌ସି ଆଶାୟୀ ବ୍ୟାନର ଏବଂ ପୋଷ୍ଟର ସହ ଆନ୍ଦୋଳନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୭ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ୧,୯୦,୦୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଭାବନେଇଥିଲେ। ତେବେ ଫେବ୍ରୁଆରି ୧୭ ତାରିଖରେ ଦିଲ୍ଲୀ ପରୀକ୍ଷା କେନ୍ଦ୍ରରେ ଶୌଚାଳୟ ମଧ୍ୟରୁ କିଛି ପ୍ରଶ୍ନୋତ୍ତର ସମ୍ବଳିତ ଚିରିକୁଟି ମିଳିବା ପରେ ପରୀକ୍ଷା ବାତିଲ କରାଯାଇଥିଲା। ସେହିପରି ଭୋପାଳରେ ମଧ୍ୟ ପରୀକ୍ଷାର୍ଥୀମାନେ ଅନେକ ପ୍ରଶ୍ନର ଉତ୍ତର ଥିବା ପ୍ରଶ୍ନପତ୍ର ପାଇବା ପରେ ପରୀକ୍ଷା ବାତିଲ କରି ଦିଆଯାଇଥିଲା। ଏଭଳି ପ୍ରଶ୍ନପତ୍ର ପ୍ରଘଟରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଆଶାୟୀ ପରୀକ୍ଷାର୍ଥୀମାନେ ସିବିଆଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ୬ ଦିନ ହେଲା ଦିଲ୍ଲୀର ଏସ୍‌ଏସ୍‌ସି କାର୍ଯ୍ୟାଳୟ ବାହାରେ ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe