'ସତକୁ ହଇରାଣ କରିହେବ କିନ୍ତୁ ହରାଇ ହେବନାହିଁ': ସଚିନ ପାଇଲଟ

Advertisment
ଲାଞ୍ଚ ଅଭିଯୋଗ ଶୁଣି ମୁଁ ଦୁଃଖିତ, କିନ୍ତୁ ଆଶ୍ଚର୍ଯ୍ୟାନ୍ଵିତ ନୁହେଁ : ପାଇଲଟ 

India Today

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ଅସନ୍ତୁଷ୍ଟ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଂକଟର ସମାଧାନ କରିବାକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବ‌େ ଦିଲ୍ଲୀରୁ ଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଏଥିସହ ପାଇଲଟଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ତେବେ ଏହି ନିଷ୍ପତ୍ତିକୁ ନେଇ ସଚିନ ପାଇଲଟ ଟ୍ୱିଟର ମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସଚିନ୍ ପାଇଲଟ୍ ଟ୍ୱିଟ୍ କରିଛନ୍ତି ଯେ ସତ୍ୟକୁ ହଇରାଣ କରାଯାଇପାରେ କିନ୍ତୁ ପରାଜିତ କରିହେବ ନାହିଁ ।


ଏହା ସହ ସଚିନ ପାଇଲଟ ନିଜ ଟ୍ୱିଟର ବାୟୋରୁ ଡେପୁଟି ସିଏମ ପଦବିକୁ ହଟାଇ କଂଗ୍ରେସ ବାବଦରେ କୌଣସି ଉଲ୍ଲେଖ କରିନାହାନ୍ତି | ସେ ତାଙ୍କ ବାୟୋରେ ଲେଖିଛନ୍ତି ଯେ ''ଟୋଙ୍କରୁ ବିଧାୟକ | ଭାରତ ସରକାରଙ୍କ ପୂର୍ବତନ ଆଇଟି, ଟେଲିକମ୍ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ | କମିଶନ ଅଫିସର, ଟେରିଟୋରିଆଲ୍ ଆର୍ମି'' |

publive-image

ଏଠାରେ ସୂଚନା ଥାଉ କି ଗତକାଲି ମୁଖ୍ୟମନ୍ତ୍ରୀ ଅଶେ‌ାକ ଗେହେଲଟଙ୍କ ବାସଭବନରେ ପ୍ରବଳ ଛକାପଞ୍ଝା ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ ଆସି ନଥିଲେ ପାଇଲଟ୍। ତାଙ୍କୁ ମନାଇବ‌ା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ଦଳୀୟ ବିଧାୟକମାନଙ୍କୁ ଏକଜୁଟ୍ ରଖିବା ଲାଗି ସେମାନଙ୍କୁ ଏକ ହୋଟେଲକୁ ନେଇ ରଖାଯାଇଥିଲା। ମାତ୍ର ସଚିନ ପାଇଲଟଙ୍କ ସହ ବୁଝାମଣା ସମ୍ଭବ ହୋଇ ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe