ସଚିନ୍‌ ପାଇଲଟ୍‌: ବିବିସିର ଶିକ୍ଷାନବୀସରୁ ପୋଖତ ରାଜନେତା

Advertisment
ସଚିନ୍‌ ପାଇଲଟ୍‌: ବିବିସିର ଶିକ୍ଷାନବୀସରୁ ପୋଖତ ରାଜନେତା

India TV News

ନୂଆଦିଲ୍ଲୀ : ଭାରତୀୟ ରାଜନୀତିରେ ସମ୍ପ୍ରତି ଜଣେ ପ୍ରମୁଖ ବିଦ୍ରୋହୀ ନେତା ଭାବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ରାଜସ୍ଥାନର ଯୁବ କଂଗ୍ରେସ ନେତା ୪୨ ବର୍ଷୀୟ ସଚିନ୍‌ ପାଇଲଟ୍ ନିଜ ରାଜନୀତି ଜୀବନରେ ଅନେକ ଅନୁଭୂତି ହାସଲ କରିପାରିଛନ୍ତି। ୨୦୦୦ ମସିହାରେ ନିଜ ପିତା ତଥା ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ରାଜେଶ ପାଇଲଟଙ୍କର ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ହିଁ ରାଜନୀତିରେ ପ୍ରବେଶ କରିଥିବା ସଚିନ୍‌ ତାହା ପୂର୍ବରୁ ବିବିସି ନ୍ୟୁଜ୍‌ରେ ଜଣେ ଶିକ୍ଷାନବୀସ ଭାବେ ମଧ୍ୟ ଜୀବନ ଆରମ୍ଭ କରିଥିଲେ। ଏପରିକି ଏକ ଆମେରିକୀୟ ଶିକ୍ଷାନୁଷ୍ଠାନରୁ ଏମ୍‌ବିଏ ଡିଗ୍ରି ହାସଲଧାରୀ ସଚିନ ଆମେରିକୀୟ କମ୍ପାନି ଜେନେରାଲ୍ ମୋଟର୍ସରେ ମଧ୍ୟ କିଛି ଦିନ କାମ କରିଛନ୍ତି।

publive-image Inshorts

୨୦୦୦ ମସିହାରେ ବାପାଙ୍କ ନିଧନ ବେଳକୁ ସଚିନଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ତେବେ ଏହାର ତିନି ବର୍ଷ ପରେ ସେ କଂଗ୍ରେସରେ ସାମିଲ ହୋଇ ତହିଁ ପରବର୍ଷ ରାଜସ୍ଥାନର ଦୌସା ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ମାତ୍ର ୨୬ ବର୍ଷ ବୟସରେ ସାଂସଦ ହୋଇଥିବା ସଚିନ୍ ନିଜ ପିତାଙ୍କ ଖ୍ୟାତିକୁ ପାଥେୟ କରି ରାଜସ୍ଥାନ ଏବଂ କଂଗ୍ରେସ ଦଳ ଭିତରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲେ। ସେହିପରି ୩୨ ବର୍ଷ ବୟସରେ ସେ ଡ. ମନମୋହନ ସିଂହଙ୍କ ୟୁପିଏ-୨ ସରକାର ମନ୍ତ୍ରୀମଣ୍ଡଳରେ ଜଣେ କେନ୍ଦ୍ରମନ୍ତ୍ରୀ ହୋଇପାରିଥିଲେ। ୨୦୧୪ ଜାନୁଆରୀରେ ୩୬ ବର୍ଷ ବୟସରେ ସେ ରାଜସ୍ଥାନର ଟାଣୁଆ କଂଗ୍ରେସ ନେତା ଅଶୋକ ଗେହଲଟ୍‌ଙ୍କ ସ୍ଥାନରେ ପ୍ରଦେଶ କଂଗ୍ରେସର ମଙ୍ଗ ଧରିଥିଲେ।

publive-image India TV News

୨୦୧୪ ଲୋକସଭା ନିର୍ବାଚନରେ ମୋଦୀଙ୍କ ଅଭୂତପୂର୍ବ ସଫଳତାରେ ବିଚଳିତ ନହୋଇ ସଚିନ ରାଜ୍ୟ ସଂଗଠନକୁ ସୁଦୃଢ଼ କରିବାକୁ ଲାଗିଲେ। ଏହାର ୪ ବର୍ଷ ପରେ ୨୦୧୮ ମସିହା ବିଧାନସଭା ନିର୍ବାଚନରେ ସଚିନ୍‌ଙ୍କ ନେତୃତ୍ବରେ ଦଳ ଜୋରଦାର ବିଜୟ ହାସଲ କରିଥିଲା। ମାତ୍ର କେନ୍ଦ୍ରୀୟ ନେତାଙ୍କ ସହ ଘନିଷ୍ଠତା ଯୋଗୁଁ ଅଶୋକ ଗେହଲଟ୍‌ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କୁ ଉପମୁଖ୍ୟମନ୍ତ୍ରୀତ୍ବରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମାତ୍ର ଏହି ଶୀର୍ଷ ପଦବି ପାଇଁ ସେ ହିଁ ଯୋଗ୍ୟ ଦାବିଦାର ବୋଲି ସେବେଠାରୁ କର୍ମୀ ଏବଂ ସମର୍ଥକଙ୍କ ମହଲରେ ଚର୍ଚ୍ଚା ହୋଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ତାହା ଅନୁଭବ କରିପାରିଥିଲେ। ଫଳସ୍ବରୂପ ଉଭୟଙ୍କ ଭିତରେ ଏକ ମତଭେଦ ବାତାବରଣ କୁହୁଳି ଚାଲିଥିଲା ଯାହା କି ନିକଟରେ ବିସ୍ଫୋରକ ରୂପ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe