ପାଇଲଟ୍‌ଙ୍କୁ ନେଇ ଆଶା, ଆଶଙ୍କା

Advertisment

ମୁଖ୍ୟମନ୍ତ୍ରୀ ନିବାସ ନୁହେଁ, ରାଜଭବନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଅ

ମୁଖ୍ୟମନ୍ତ୍ରୀ ନିବାସ ନୁହେଁ, ରାଜଭବନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଅ

ପାଇଲଟ୍‌ଙ୍କୁ ନେଇ ଆଶା, ଆଶଙ୍କା

ନୂଆଦିଲ୍ଲୀ: ରାଜସ୍ଥାନର ଅଶୋକ ଗେହଲଟ୍‌ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଛପଟ ବଗିଚାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଆଯାଏନା। ଯଦି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଅଛି ତେବେ ରାଜଭବନରେ ଯାଇ ପ୍ରମାଣ ଦିଅ ବୋଲି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ସମର୍ଥକମାନେ କହିଛନ୍ତି। ଯଦି ଗେହଲଟ୍‌ଙ୍କ ପାଖରେ ସଂଖ୍ୟା ଅଛି ତେବେ ବିଧାୟକମାନଙ୍କୁ ବୈଠକ ପରେ ରାଜଭବନ ନନେଇ ହୋଟେଲ୍‌କୁ କାହିଁକି ନିଆଗଲା ବୋଲି ପ୍ରଶ୍ନ କରାଯାଇଛି। ପାଇଲଟ୍‌ଙ୍କ ଘନିଷ୍ଠଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ଯେ ସେ ବିଜେପିରେ ଯୋଗ ଦେଉନାହାନ୍ତି। ତେବେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପାଇଲଟ୍‌ଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି କୁହାଯାଉଥିଲେ ସୁଦ୍ଧା ପାଇଲଟ୍‌ ଏହାକୁ ଖଣ୍ଡନ କରିଛନ୍ତି। ସେ ଗାନ୍ଧୀ ପରିବାରର କ‌‌ାହା ସହ କଥା ହୋଇନଥିବା କହିଛନ୍ତିୀ ଅନ୍ୟପଟେ କଂଗ୍ରେସର ଜଣେ ନେତା କହିଛନ୍ତି, ପାଇଲଟ୍‌ ସିଧାସଳଖ ଗାନ୍ଧୀ ପରିବାରର କାହା ସହ କଥା ହୋଇନାହାନ୍ତି। କିନ୍ତୁ ବିଭିନ୍ନ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଯୋଗଯୋଗ ଜାରି ରହିଛି। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏଯାବତ୍‌ ପାଇଲଟ୍‌ଙ୍କୁ ଭେଟିନାହାନ୍ତି। ହେଲେ ସେମାନେ ପାଇଲଟ୍‌ଙ୍କ ସହ ଯୋଗାଯୋଗରେ ରହିଛନ୍ତି ବୋଲି ଆଜି ସୂର୍ଯେୱାଲା କହିଛନ୍ତି। ପାଇଲଟ୍‌ ବିଜେପିରେ ଯୋଗ ଦେଉନାହାନ୍ତି ବୋଲି କହୁଥିଲେ ସୁଦ୍ଧା ସେ ଏବେ ବି ବିଜେପି ନେତାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ପାଇଲଟ୍‌ଙ୍କ ପାଖରେ ୩୦ ନୁହେଁ ୧୬ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦଳ ପକ୍ଷରୁ ଆକଳନ କରାଯାଇଛି।

ଆସ୍ଥା ଭୋଟରୁ ଦୂରେଇ ରହିବ ବିଟିପି
ଜୟପୁର: ରାଜସ୍ଥାନରେ ଆସ୍ଥା ଭୋଟ ହେଲେ ସେଠାରେ ଭାରତୀୟ ଟ୍ରାଇବାଲ୍ ପାର୍ଟି ଏଥିରେ ଭାଗନେବ ନାହିଁ। ଦଳର ସଭାପତି ବିଧାୟକଙ୍କୁ ଏଥିପାଇଁ ହ୍ବିପ୍ ଜାରି କରିଛନ୍ତି। ବିଟିପିର ୨ ଜଣ ବିଧାୟକ ଗେହଲଟ ସରକାରଙ୍କୁ ସମର୍ଥନ ଦେଉଛନ୍ତି। ଏପରିକି ସଚିନ ପାଇଲଟ କିମ୍ବା ବିଜେପି ସପକ୍ଷରେ ମଧ୍ୟ ଭୋଟ ନଦେବାକୁ ସେମାନଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ମହେଶଭାଇ ବାସବ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ନମାନିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe