ରାଜସ୍ଥାନ ବିଧାନସଭାରେ ଫ୍ଲୋର୍ ଟେ‌ଷ୍ଟ୍‌ ପାଇଁ ସଚିନ ପାଇଲଟ୍ ଅନୁଗତଙ୍କ ଦାବି

ରାଜସ୍ଥାନ କଂଗ୍ରେସ ରାଜନୀତି: ପାଇଲଟଙ୍କୁ ତୁରନ୍ତ ଦାୟିତ୍ବ ଦେବାପାଇଁ ଗେହଲଟ ମନ୍ତ୍ରୀଙ୍କ ଦାବି

Image Courtesy of The New Indian Express

ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ କେତେ ସଂଖ୍ୟକ ବିଧାୟକ ସମର୍ଥନ କରୁଛନ୍ତି ତାହା ଜାଣିବାକୁ ସଚିନ ପାଇଲଟ୍ କ୍ୟାମ୍ପ୍‌ର କେତେକ ବିଧାୟକ ରାଜ୍ୟ ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ୍‌ କରାଇବାକୁ ଦାବି କରିଛନ୍ତି।

ଅଶୋକ ଗେହଲଟ୍‌ଙ୍କ କ୍ୟାମ୍ପ୍‌ କହି ଆସୁଛନ୍ତି ଯେ, ତାଙ୍କ ପ୍ରତି ୧୦୯ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏହାକୁ ପାଇଲଟ୍‌ଙ୍କ ଅନୁଗତମାନେ ଚ୍ୟାଲେଞ୍ଜ୍ କରିଛନ୍ତି।

ଆଜି ଜୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ପାଇଲଟ୍‌ଙ୍କ ଅନୁଗତ ରମେଶ ମୀନା କହିଛନ୍ତି, ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ୍‌ କରାଯିବା ଉଚିତ। ଫଳରେ ୧୦୯ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରୁଥିବା ଅଶୋକ ଗେହଲଟ୍‌ ସରକାର ପଦାରେ ପଡ଼ିଯାଆନ୍ତା।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ସଚିନ ପାଇଲଟ୍ ଏବଂ ବିଶ୍ବେନ୍ଦ୍ର ସିଂହଙ୍କ ସମେତ ରମେଶ ମୀନା ଆଜି ରାଜ୍ୟ କ୍ୟାବିନେଟ୍‌ରୁ ବହିଷ୍କୃତ ହୋଇଛନ୍ତି। ସଚିନଙ୍କୁ ରାଜ୍ୟ କଂଗ୍ରେସର ସଭାପତି ପଦରୁ ମଧ୍ୟ ବହିଷ୍କାର କରାଯାଇଛି।।

ଦଳର ବରିଷ୍ଠ ନେତା ତଥା ସରଦାରର୍ସହର୍ ବିଧାୟକ ଭୱଁର୍‌ଲାଲ୍ ଶର୍ମା ମଧ୍ୟ ଦାବି କରିଛନ୍ତି ଯେ, ୧୦୯ ବିଧାୟକଙ୍କ ସମର୍ଥନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରିଥିବା ଦାବି ଠିକ୍ ନୁହେଁ। ସେ କହିଛନ୍ତି ଯେ, ସେ ବ‌ିଜେପିରେ ଯୋଗ ଦେବେନାହିଁ, କିନ୍ତୁ ନେତୃତ୍ବ ପରିବର୍ତ୍ତନ ଚାହୁଁଛନ୍ତି। ଫ୍ଲୋର୍‌ ଟେଷ୍ଟ୍‌ ହୋଇଗଲେ ସ୍ଥିତି ସ୍ପଷ୍ଟ ହୋଇଯାଆନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe