ବାପାଙ୍କ ଶ୍ରାଦ୍ଧରେ ସଚିନ୍‌ ପାଇଲଟ୍‌ଙ୍କ ରହସ୍ୟମୟ ବାର୍ତ୍ତା; କଂଗ୍ରେସ ଚିନ୍ତିତ

Advertisment
ବାପାଙ୍କ ଶ୍ରାଦ୍ଧରେ ସଚିନ୍‌ ପାଇଲଟ୍‌ଙ୍କ ରହସ୍ୟମୟ ବାର୍ତ୍ତା; କଂଗ୍ରେସ ଚିନ୍ତିତ

Image Courtesy of Zee News

ନୂଆଦିଲ୍ଲୀ: ଆଜି ବାପା ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ୍‌ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ଟୁଇଟ କରିଥିବା ରହସ୍ୟମୟ ବାର୍ତ୍ତା କଂଗ୍ରେସକୁ ଚିନ୍ତିତ କରିପକାଇଛି।

ଆଜି ସକାଳେ ଟୁଇଟ୍‌ କରି ସଚିନ ଲେଖିଛନ୍ତି: ଶ୍ରାଦ୍ଧ ବାର୍ଷିକୀରେ ମୋର ପୂଜନୀୟ ପିତା ଶ୍ରୀ ରାଜେଶ ପାଇଲଟ୍‌ଙ୍କୁ ଭକ୍ତିପୂତ ପ୍ରଣାମ ଜଣାଉଛି।  ନିଜ କର୍ମକ୍ଷେତ୍ର ପ୍ରତି ତାଙ୍କର ଆସକ୍ତି, ଜନସାଧାରଣଙ୍କୁ ଆପଣାଇବାର ଆନ୍ତରିକତ‌ା ଓ ଜନକଲ୍ୟାଣ ନିମନ୍ତେ ତାଙ୍କର କାର୍ଯ୍ୟଶୈଳୀ ହେଉଛି ମୋର ମାର୍ଗଦର୍ଶିକା। ସର୍ବସାଧାରଣଙ୍କ ସ୍ବାର୍ଥକୁ ଶ୍ରେଷ୍ଠ ବିଚାରି ସେ କଦାପି ନିଜ ନୀତି ସହିତ ସାଲିସ କରି ନାହାନ୍ତି। ମୁଁ ସଦାସର୍ବଦା ତାଙ୍କ ଚିନ୍ତାଧାରା ଓ ଆଦର୍ଶ ଅନୁସରଣ କରିବି।

ବାପା ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧ ଦିବସରେ ସଚିନ ନିଜ ରାଜନୈତିକ ଭବିଷ୍ୟତ ବିଷୟରେ କୌଣସି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବ‌େଳେ ତାଙ୍କର ଏହି ରହସ୍ୟମୟ ବାର୍ତ୍ତା କଂଗ୍ରେସ ମହଲରେ ଚିନ୍ତାର କାରଣ ହୋଇଛି।

publive-image Image Courtesy of Sachin's Tweet post

ଏହାଛଡ଼ା, ଆଜି ଦୌସାରେ ସଚିନ୍‌ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସ୍ଥିର ହୋଇଥିବାରୁ କଂଗ୍ରେସ ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିଛି। ରାଜେଶ ପାଇଲଟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ନୂଆ ଦଳ ଗଠନ କରିବା କଥା ଘୋଷଣା କରିପାରନ୍ତି ବୋଲି ମଧ୍ୟ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ, ପାଇଲଟ୍‌ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

ରାଜସ୍ଥାନରେ ଚାଲିଥିବା ଦଳର ଅଭ୍ୟନ୍ତରୀଣ କନ୍ଦଳର ସକାରାତ୍ମକ ସମାଧାନ ହୋଇଯିବ ବୋଲି ଶନିବାର ଦିନ କଂଗ୍ରେସ ଆତ୍ମବିଶ୍ବାସ ବ୍ୟକ୍ତ କରିଥିବା ବ‌େଳେ ପାଇଲଟ୍‌ ଉପରୋକ୍ତ ବାର୍ତ୍ତା ଦେଇ ଆଜି ସକାଳୁ ଟୁଇଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe