ପ୍ରକୃତି ପ୍ରେମରେ ସଚିନ: କାଜିରଙ୍ଗା ଜାତୀୟ ଉଦ୍ୟାନରେ ସଫାରୀର ମଜାନେଲେ କ୍ରିକେଟ କିମ୍ବଦନ୍ତୀ

jungle safari

Photograph: (Sambad.in)

ଆସାମ: କାଜିରଙ୍ଗା ଜାତୀୟ ଉଦ୍ୟାନରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଜଙ୍ଗଲ ସଫାରୀର ମଜାନେଲେ ସଚିନ । ଆସାମ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ସେ ଏକ ଜିପରେ ବସି ଜଙ୍ଗଲ ବୁଲିଥିଲେ ଏବଂ ପ୍ରକୃତି ଭିତରେ ନିଜକୁ ହଜାଇ ଖୋଲା ଆକାଶ ତଳେ ମଜା ନେଇଥିଲେ ।

ତେବେ ଗ୍ରୀଷ୍ମକୁ ଆଖି ଆଗରେ ରଖି ସମର ଲୁକରେ ଜଙ୍ଗଲ ସଫାରୀ କରିଥିଲେ ସଚିନ । ଆଖିରେ ସନ୍ ଗ୍ଲାସ୍ ସହ ମୁଣ୍ଡରେ ଟୋପି ପିନ୍ଧିଥିଲେ । ଏଥିସହ ଆସାମୀ ଗାମୁଛା ମଧ୍ୟ ବେକରେ ପକାଇଥିଲେ ଯାହା ତାଙ୍କର ସଂସ୍କୃତି ପ୍ରତି ସମ୍ମାନକୁ ଦର୍ଶାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe