ଅପରେସନ ସିନ୍ଦୂର ପରେ ସଚିନ ଦେଲେ ଏଭଳି ପ୍ରତିକ୍ରିୟା

ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆମେ ସମସ୍ତେ ଏକଜୁଟ ଅଛୁ। ଆଉ ଆମ ଶକ୍ତି ବି ସେହି ଏକତା ମଧ୍ୟରେ ରହିଛି। ଭାରତର ବାସ୍ତବ ଶକ୍ତି ହେଉଛି ତାର ନିଜ ଲୋକ। ଦୁନିଆରେ ଆତଙ୍କବାଦୀଙ୍କ ପାଇଁ କୌଣସି ପ୍ରକାର ସ୍ଥାନ ନାହିଁ। 

୭ଯ

ନୂଆଦିଲ୍ଲୀ: ଭାରତ ମଇ ୭ ତାରିଖ ମଧ୍ୟ ରାତ୍ରିରେ ପାକିସ୍ତାନ ଓ ପାକ ଅଧିକୃତ ଜାମ୍ମୁ  କଶ୍ମୀରରେ ଏୟାର ଷ୍ଟ୍ରାଇକ କରିଥିଲା। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପ୍ରତି‌‌ଶୋଧ ‌ନେବାକୁ ଯାଇ ଭାରତ ୯୦ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ଅନୁମାନ କରାଯାଉଛି । ଏହି ପ୍ରତିଶୋଧ ପରେ ବିଭିନ୍ନ ମହଲରେ ଭାରତୀୟ ସେନାକୁ ଭୁରିଭୁରି ପ୍ରଶଂସା କରାଯାଉଛି।

ରାଜନେତା, କଳାକାର, ସାଧାରଣଜନତାଙ୍କ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟରମାନେ ବି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ସିନ୍ଦୂର ଆକ୍ରମଣ ପରେ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆମେ ସମସ୍ତେ ଏକଜୁଟ ଅଛୁ। ଆଉ ଆମ ଶକ୍ତି ବି ସେହି ଏକତା ମଧ୍ୟରେ ରହିଛି। ଭାରତର ବାସ୍ତବ ଶକ୍ତି ହେଉଛି ତାର ନିଜ ଲୋକ। ଦୁନିଆରେ ଆତଙ୍କବାଦୀଙ୍କ ପାଇଁ କୌଣସି ପ୍ରକାର ସ୍ଥାନ ନାହିଁ।’

ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ କହିଛନ୍ତି, ଭାରତ ପକ୍ଷରୁ ମିଲିଟାରୀ ଆଟାକ କରାଯାଇଛି । ପାକିସ୍ତାନ ଏହାର କଡ଼ ଜବାବ ଦେବ । ଗତ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରାୟ ୨ ସପ୍ତାହ ପରେ ଅପେରସନ ସିନ୍ଦୂରରେ ଭାରତର ହମଲାର ପ୍ରତିଶୋଧ ନେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe