ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ବ୍ୟବସ୍ଥାରେ ହ୍ରାସ, ଆଦିତ୍ୟ ଠାକ୍‌ରେଙ୍କର ବୃଦ୍ଧି

Advertisment
ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ବ୍ୟବସ୍ଥାରେ ହ୍ରାସ, ଆଦିତ୍ୟ ଠାକ୍‌ରେଙ୍କର ବୃଦ୍ଧି

Hindustan Times

ମୁମ୍ବାଇ: ମହାରାଷ୍ଟ୍ର ସରକାର ପୂର୍ବତନ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁରକ୍ଷା ବ୍ୟବସ୍ଥାରେ ହ୍ରାସ ଘଟାଇଛନ୍ତି। ପୂର୍ବରୁ ତାଙ୍କୁ ‘ଜେଡ୍‌’ ସିକ୍ୟୁରିଟି ଦିଆଯାଇଥିବା ବେଳେ ଏବେ ହ୍ରାସ ଘଟି ସଚିନଙ୍କୁ ‘ଏକ୍ସ’ ସିକ୍ୟୁରିଟି ପ୍ରଦାନ କରାଯାଇଛି। ସଚିନଙ୍କ ନୂଆ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସେ ଘରୁ ବାହାରିଲେ ତାଙ୍କ ସହ ଏକ ପୁଲିସ୍‌ ପେଟ୍ରୋଲିଂ ଗାଡ଼ି ଯିବ। ଏହା ବ୍ୟତୀତ ଜଣେ ପୁଲିସ୍‌ କନ୍‌ଷ୍ଟେବଲ୍‌ ୨୪ ଘଣ୍ଟା ସଚିନଙ୍କ ସହ ରହିବ।

ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକ୍‌ରେଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଆଦିତ୍ୟଙ୍କୁ ‘ଜେଡ୍‌’ ସିକ୍ୟୁରିଟି ପ୍ରଦାନ କରାଯାଇଛି। ପୂର୍ବରୁ ଆଦିତ୍ୟଙ୍କୁ ‘ୱାଇ+’ ସିକ୍ୟୁରିଟି ଦିଆଯାଇଥିଲା। ଯାହାକୁ ବଢ଼ାଯାଇ ଏବେ ‘ଜେଡ୍‌’ କରାଯାଇଛି।

publive-image Dailyhunt

ଶରଦ ପାୱାରଙ୍କର ‘ଜେଡ୍‌+’ ସିକ୍ୟୁରିଟି ବଜାୟ ରହିଥିବା ବେଳେ ତାଙ୍କ ପୁତୁରା ଅଜିତ ପାୱାରଙ୍କୁ ‘ଜେଡ୍‌’ ସିକ୍ୟୁରିଟି ଦିଆଯାଇଛି। ସାମାଜିକ କର୍ମୀ ଆନ୍ନା ହଜାରେଙ୍କୁ ପୂର୍ବରୁ ‘ଜେଡ୍‌’ ଶ୍ରେଣୀର ସିକ୍ୟୁରିଟି ଦିଆଯାଇଥିବା ବେଳେ ଏବେ ‘ୱାଇ+’ ସିକ୍ୟୁରିଟି ପ୍ରଦାନ କରାଯାଇଛି।

ୟୁପିର ପୂର୍ବତନ ରାଜ୍ୟପାଳ ରାମ ନାୟିକ, ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖଡ୍‌ସେ ଓ ରାମ ସିନ୍ଧେ, ଜଣାଶୁଣା ଓକିଲ ଉଜ୍ବଲ ନିକମଙ୍କ ସମେତ ଅନେକ ପୂର୍ବତନ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟାବସ୍ଥାରେ ମଧ୍ୟ ହ୍ରାସ ଘଟିଛି।

ଉଲ୍ଲେଖଯୋଗ୍ୟ, କ୍ରିକେଟ୍‌ ଦୁନିଆର ଭଗବାନ କୁହାଯାଉଥିବା ସଚିନ ପୂର୍ବତନ ରାଜ୍ୟସଭା ସଦସ୍ୟ ହୋଇଥିବା ବେଳେ ତାଙ୍କୁ ‘ଭାରତ ରତ୍ନ’ ପରି ଏକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe