‘ଟିଆର୍‌ପି’ ଦୁର୍ନୀତିରେ ‘ବାର୍କ’ଠାରୁ ୩୦ ଲକ୍ଷ ଟଙ୍କା ନେଇଥିଲେ ସଚିନ ଭାଜେ: ପ୍ରବର୍ତ୍ତନ ନିର୍ଦେଶାଳୟ

‘ଟିଆର୍‌ପି’ ଦୁର୍ନୀତିରେ ‘ବାର୍କ’ଠାରୁ ୩୦ ଲକ୍ଷ ଟଙ୍କା ନେଇଥିଲେ ସଚିନ ଭାଜେ: ପ୍ରବର୍ତ୍ତନ ନିର୍ଦେଶାଳୟ

Image Courtesy of The Times of India

ମୁମ୍ବାଇ: ‘ଟେଲିଭିଜନ୍‌ ରେଟିଙ୍ଗ୍‌ ପଏଣ୍ଟ୍‌’ ଦୁର୍ନୀତିରେ ‘ବ୍ରଡ୍‌କାଷ୍ଟ୍‍ ଅଡିଏନ୍‌ସ୍‌ ରିସର୍ଚ କାଉନ୍‌ସିଲ୍‌’ (ବାର୍କ) ଠାରୁ ସଚିନ ଭାଜେ ୩୦ ଲକ୍ଷ ଟଙ୍କା ନେଇଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳ କରିଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ପ୍ରତି ନିଲମ୍ବନରେ ଥିବା ସହକାରୀ ସବ୍‌ଇନ୍‌ସ୍‌ପେକ୍ଟର୍‌ ସଚିନ ଭାଜେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ର ଜଣେ ସହକାରୀ ଇନ୍‌ସ୍‌ପେକ୍ଟର୍‌ଙ୍କ ମାଧ୍ୟମରେ ‘ବାର୍କ’ ଠାରୁ ୩୦ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଏହି ଟଙ୍କା ନ ଦେଇଥିଲେ ‘ବାର୍କ’ର କର୍ମଚାରୀମାନଙ୍କୁ ଅସୁବିଧାରେ ପୁଲିସ ଅସୁବିଧାରେ ପକାଇବ ବୋଲି କୁହାଯାଇଥିଲା।

‘ବାର୍କ’ କର୍ମଚାରୀମାନେ ମଧ୍ୟ ଭାଜେଙ୍କୁ ଦିଆଯାଇଥିବା ଲାଞ୍ଚ ସଂକ୍ରାନ୍ତରେ ବୟାନ ଦେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅଫିସ ପରିସରରେ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟୟ କରାଯାଇଥିବା ଦର୍ଶାଇ ଉକ୍ତ ୩୦ ଲକ୍ଷ ଟଙ୍କା ଏକ ‘ଡମି’ କମ୍ପାନିର ଆକାଉଣ୍ଟ୍‌କୁ ଟ୍ରାନ୍‌ସ୍‌ଫର୍‌ କରାଯାଇଥିଲା।

publive-image Image Courtesy of Financial Express

ଅନ୍ୟ ଏକ ରିପୋର୍ଟ ଅନୁସାରେ, ‘ଆଣ୍ଟାଲିଆ’ ବୋମା ଆତଙ୍କ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ରବିବାର ଦିନ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ମୁମ୍ବାଇ ପୁଲିସ ଅଧିକାରୀ ରିୟାଜ୍‌ ଖାଁଙ୍କୁ ଗିରଫ କରିଛନ୍ତି। ‘ଏନ୍‌ଆଇଏ’ କହିଛି ଯେ, କାଜି ଏହି ଘଟଣାରେ ଭାଜେଙ୍କୁ ସହଯୋଗ କରିଥିଲେ।

ଭାଜେଙ୍କ ପରି କାଜି ମଧ୍ୟ ‘କ୍ରାଇମ୍‌ ଇଣ୍ଟେଲିଜେନ୍‌ସ୍‌ ୟୁନିଟ୍‌’ରେ ଜଣେ ସହକାରୀ ପୁଲିସ ଇନ୍‌ସ୍‌ପେକ୍ଟର୍‌ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe