ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ସିଆରପିଏଫ୍ ଯବାନ କଲେ ଏଭଳି ଦାବି

ସିଆରପିଏଫ ମୋତେ ବହିଷ୍କାର କରିବା ଘଟଣାକୁ ନେଇ ମୁଁ  ‌କୋର୍ଟଙ୍କ ଦ୍ବାରସ୍ଥ ହେବି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୋତେ କୋର୍ଟରୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ:ସିଆରପିଏଫ ଯବାନ ମୁନିର ଅହମଦ

୍୍ନପ

ନୂଆଦିଲ୍ଲୀ: ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ଜଣେ ସିଆରପିଏଫ୍ (କେନ୍ଦ୍ରୀୟ ପୁଲିସ ରିଜର୍ଭ ବଳ)ଙ୍କୁ ଗତ ଶନିବାର ସେବାରୁ ବହିଷ୍କାର କରି ଦିଆଯାଇଛି। ଉକ୍ତ ସିଆରପିଏଫ ଯବାନଙ୍କ ନାମ ମୁନିର ଅହମଦ। ଯିଏକି ଏପ୍ରିଲ ୨୦୧୭ରେ ସିଆରପିଏଫରେ ଯୋଗ ଦେଇଥିଲେ।

ପାକିସ୍ତାନୀ ମହିଳାଙ୍କୁ ବିବାହ କରିବା ଘଟଣାକୁ ନେଇ  ସିଆରପିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିଆରପିଏଫ୍‌ର ୪୧ ବାଟାଲିଅନର ସିଟି/ଜିଡି ମୁନିର ଅହମଦ ଜଣେ ପାକିସ୍ତାନୀ ନାଗରିକଙ୍କୁ ବିବାହ କରିଥିଲେ।  ଏହି କଥାକୁ ସେ ଲୁଚାଇଥିବାରୁ ତାଙ୍କୁ ତତ୍କାଳ ସେବାରୁ ନିବୃତ୍ତ କରାଯା‌ଉଛି। ତାଙ୍କର ଏଭଳି କାର୍ଯ୍ୟ ଚାକିରିର ଆଚରଣକୁ ଉଲ୍ଲଂଘନ କରିଛି ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। 

ଚାକିରିରୁ ବହିଷ୍କାର ହୋଇଥିବା ଜମ୍ମୁର ଘରୋଟା ଅଞ୍ଚଳର ବାସିନ୍ଦା ସିଆରପିଏଫ ଯବାନ ମୁନିର ଅହମଦ ଗତ ଶନିବାର ଦାବି କରି କହିଛନ୍ତି, ‘ ମୁଁ ଗତ ବର୍ଷ ସିଆରପିଏଫ ମୁଖ୍ୟାଳୟରୁ ଅନୁମତି ପାଇବାର ପ୍ରାୟ ଗୋଟିଏ ମାସ ପରେ ପାକିସ୍ତାନର ମିନାଲ ଖାନଙ୍କୁ ବିବାହ କରିଥିଲି। ଗତ ବର୍ଷ ମଇ ୨୪ ତାରିଖରେ ଭିଡିଓ କଲ୍ ମାଧ୍ୟମରେ ମୋର ଏହି ବିବାହ ସମ୍ପର୍ଣ୍ଣ ହୋଇଥିଲା।

ସିଆରପିଏଫ ମୋତେ ବହିଷ୍କାର କରିବା ଘଟଣାକୁ ନେଇ ମୁଁ  ‌କୋର୍ଟଙ୍କ ଦ୍ବାରସ୍ଥ ହେବି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୋତେ କୋର୍ଟରୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe