ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ‘ସଦୈବ ଅଟଳ ’ ସ୍ମାରକୀ

Advertisment
ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ‘ସଦୈବ ଅଟଳ ’ ସ୍ମାରକୀ

ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜୟନ୍ତୀ। ଏହି ଅବସରରେ କୃତଜ୍ଞ ରାଷ୍ଟ୍ର ଆଜି ଦେଶର ଏହି ମହାନ୍‌ ସନ୍ତାନଙ୍କୁ ଭାବହୀନ ଶ୍ରଦ୍ଧାଞ୍ଜଳି ଜଣାଇଛି। ଏଥିପାଇଁ ରାଷ୍ଟୀୟ ସ୍ମୃତିସ୍ଥଳରେ ଯେଉଁଠାରେ ଚୀର ଅମ୍ଳାନ ଏହି ରାଷ୍ଟ୍ରପୁରୁଷଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲା, ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସେଦୈବ ଅଟଳ’ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମୃତିରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ମାରକୀ ନିର୍ମାଣ କରାଯାଇଛି।
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ବାଜପେୟୀଙ୍କ ରାଷ୍ଟ୍ରୀୟ ସ୍ମୃତିସ୍ଥଳଠାରେ ଥିବା ଏହି ସେଦୈବ ଅଟଳ ସ୍ମାରକୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe