ଜାତୀୟ ଶିକ୍ଷାନୀତି-୨୦୨୦ରେ ଥିବା ତ୍ରିଭାଷା ନୀତି ଯୋଗୁଁ ଦୁଃଖିତ, ଏହାକୁ ସମ୍ମତି ଦେବୁନାହିଁ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ

Advertisment
ଜାତୀୟ ଶିକ୍ଷାନୀତି-୨୦୨୦ରେ ଥିବା ତ୍ରିଭାଷା ନୀତି ଯୋଗୁଁ ଦୁଃଖିତ, ଏହାକୁ ସମ୍ମତି ଦେବୁନାହିଁ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ

Image Courtesy of Zee News

ନୂଆଦିଲ୍ଲୀ: ନିକଟରେ ଘୋଷିତ ଜାତୀୟ ଶିକ୍ଷାନୀତି-୨୦୨୦ରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ତ୍ରିଭାଷା ପଦ୍ଧତି ଲାଗି ଦୁଃଖିତ ବୋଲି ସୋମବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ. ପଲାନିସ୍ବାମୀ କହିଛନ୍ତି।

ଚେନ୍ନାଇରେ ଏକ କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରିବା ପରେ ପଲାନିସ୍ବାମୀ କହିଛନ୍ତି, ଜାତୀୟ ଶିକ୍ଷାନୀତି-୨୦୨୦ରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ତ୍ରିଭାଷା ପଦ୍ଧତି ଯୋଗୁଁ ଦୁଃଖିତ। ଦଶନ୍ଧି ଦଶନ୍ଧି ଧରି ଆମ ରାଜ୍ୟ ଦ୍ବିଭାଷା (ତାମିଲ ଓ ଇଂରାଜୀ) ନୀତି ଅନୁସରଣ କରିଆସୁଛି। ସେଥିରେ ପରିବର୍ତ୍ତନ ହେବନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ତାମିଲନାଡୁବାସୀଙ୍କ ସର୍ବସମ୍ମତ ଦାବିକୁ ସମ୍ମାନ ଦେଇ ତ୍ରିଭାଷା ନୀତିର ପୁନର୍ବିଚାର କରିବା ସହ ରାଜ୍ୟମାନଙ୍କୁ ସେମାନଙ୍କ ନିଜ ନୀତି ଅନୁସାରେ ନିଷ୍ପତ୍ତି ଗ୍ରହଣ କରିବାକୁ ଅନୁମତି ଦେବା ଲାଗି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି।

publive-image Image Courtesy of Hindustan Times

ହିନ୍ଦୀ ଓ ସଂସ୍କୃତକୁ ବଳପୂର୍ବକ ପ୍ରଣୟନ କରୁଥିବା ମନେକରି ତାମିଲନାଡୁ ଜାତୀୟ ଶିକ୍ଷାନୀତିକୁ ବିରୋଧ କରୁଥିବା ବେଳେ ପଲାନିସ୍ବାମୀ ଏଭଳି ବିବୃତି ଦେଇଛନ୍ତି।

ଏମ୍‌କେ ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ଦ୍ରାବିଡ଼ ମୁନ୍ନେତ୍ର କାଝାଗାମ ଏବଂ ତାମିଲନାଡୁର ଅନେକ ବିରୋଧୀ ଦଳ ନୂତନ ଶିକ୍ଷାନୀତିକୁ ବିରୋଧ କରୁଛନ୍ତି। ସେମାନେ ଏଥିରେ ପ୍ରସ୍ତାବିତ ବ୍ୟାପକ ସଂସ୍କାରର ସମୀକ୍ଷା ଚାହୁଁଛନ୍ତି।

ରବିବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଥିଲେ କି, ଜାତୀୟ ଶିକ୍ଷାନୀତି ଜରିଆରେ କେନ୍ଦ୍ର ସରକାର କୌଣସି ଭାଷାକୁ କୌଣସି ରାଜ୍ୟରେ ଲଦି ଦେବନାହିଁ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଥିବା ତାମିଲନାଡୁର ପୋନ୍ ରାଧାକୃଷ୍ଣନ୍‌ଙ୍କୁ ଉତ୍ତର ଦେଇ ନିଶଙ୍କ ତାମିଲ ଭାଷାରେ ଏକ ସ୍ପଷ୍ଟୀକରଣ ପୋଷ୍ଟ୍‌ କରିଥିଲେ।

ପୁଦ୍ଦୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ମଧ୍ୟ ଜାତୀୟ ଶିକ୍ଷାନୀତିକୁ ବିଶୃଙ୍ଖଳିତ ବୋଲି କହିବା ସହ ସେଥିରେ କେତେକ ଉତ୍ତର ନ ଥିବା ପ୍ରଶ୍ନ ଅଛି‌ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କର୍ମସଂସ୍ଥାନ ପ୍ରସାର କ୍ଷେତ୍ରରେ ଏହି ନୀତିରେ କୌଣସି ନିର୍ଦ୍ଦିଷ୍ଟ ଏବଂ ସ୍ପଷ୍ଟ ଦିଗ ନାହିଁ। ଯାହା ଉତ୍ତରାଞ୍ଚଳ ରାଜ୍ୟମାନଙ୍କରେ ପ୍ରାସଙ୍ଗିକ ତାହା ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କ ପାଇଁ ଗ୍ରହଣୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe