ଗୁଲାମ ନବୀଙ୍କ ସମର୍ଥନରେ ମୁହଁ ଖୋଲିଲା ବିଜେପି; କହିଲା, ତାଙ୍କପରି ନେତାଙ୍କୁ କଂଗ୍ରେସ ‘ସରବ୍ୟ’ କରିବା ଦୁଃଖଦାୟକ

Advertisment
ଗୁଲାମ ନବୀଙ୍କ ସମର୍ଥନରେ ମୁହଁ ଖୋଲିଲା ବିଜେପି; କହିଲା, ତାଙ୍କପରି ନେତାଙ୍କୁ କଂଗ୍ରେସ ‘ସରବ୍ୟ’ କରିବା ଦୁଃଖଦାୟକ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଖୋଲାଖୋଲି ପ୍ରଶଂସା କରି ନିଜ ଦଳ ମଧ୍ୟରେ ସମାଲୋଚନାର ସରବ୍ୟ ହେବା ପରେ ଗୁଲାମ ନବୀଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଛି ଭାରତୀୟ ଜନତା ପାର୍ଟି (ବିଜେପି)।

ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରବକ୍ତା ସମ୍ବିତ୍‌ ପାତ୍ର କହିଛନ୍ତି ଯେ କଂଗ୍ରେସ ଦଳ ମଧ୍ୟରେ ଦଳୀୟ ବରିଷ୍ଠ ନେତାମାନଙ୍କୁ ଯେପରି ଭାବେ ଶରବ୍ୟ କରାଯାଉଛି, ତାହା ଅତ୍ୟନ୍ତ ଦୁଃଖଦାୟକ। ସଂପ୍ରତି କଂଗ୍ରେସରେ କିଛି ନେତାଙ୍କର ଏକମାତ୍ର ଲକ୍ଷ୍ୟ ଓ ଆଦର୍ଶ ହେଉଛି ଗାନ୍ଧୀ ପରିବାରର ଅଭିଳାଷ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଠିକ୍‌ ଏଜେଣ୍ଡା ସହିତ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କୁ ଶରବ୍ୟ କରି ସେମାନଙ୍କୁ ଖଣ୍ଡନ କରିବା। ଦଳରେ ଗଣତନ୍ତ୍ର ଚାହୁଁଥିବା, ଏହାର ସଭାପତି ନିର୍ବାଚନ ହେବାକୁ ଚାହୁଁଥିବା, ବିକାଶ ରାଜନୀତି ସପକ୍ଷରେ କହିଥିବା କିମ୍ବା ମୋଦୀଙ୍କ ଠିକ୍‌ ଏଜେଣ୍ଡା ସହିତ ଏକମତ ହେଉଥିବା ନିଜ ଦଳର ନେତାମାନଙ୍କୁ ଦମନ କରିବା ଏବେ କଂଗ୍ରେସ ଦଳର ଏକମାତ୍ର କାର୍ଯ୍ୟକ୍ରମ ପାଲଟିଛି ବୋଲି ବିଜେପି ପ୍ରବକ୍ତା ସମ୍ବିତ୍‌ ପାତ୍ର ଅଭିଯୋଗ କରିଛନ୍ତି।

publive-image

କଂଗ୍ରେସ ଦଳରେ ସାଂଗଠନିକ ପୁନର୍ବିନ୍ୟାସ ପାଇଁ ଆଗେଇ ଆସିଥିବା ୨୩ ବରିଷ୍ଠ କଂଗ୍ରେସ ନେତାଙ୍କୁ ଗୋଷ୍ଠୀକୁ ଜି -୨୩ କହି ବିରୋଧ କରିବା ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗ। କିନ୍ତୁ, ଗୁଲାମ ନବୀ ଆଜାଦଙ୍କ ପରି ବରିଷ୍ଠ ନେତାଙ୍କୁ ଟାର୍ଗେଟ କରି ଶରବ୍ୟ କରିବା ଦୁଃଖଦାୟକ। କଂଗ୍ରେସରେ ବର୍ତ୍ତମାନ ଚାରିଜଣ ନେତା; ଏହାର ସଭାପତି ସୋନିଆ ଗାନ୍ଧୀ, ତାଙ୍କ ପୁଅ ରାହୁଲ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା -ଉଭୟ ଦଳର ସାଧାରଣ ସଂପାଦକ- ଏବଂ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା। ଆଉ ଏମାନଙ୍କର ଏକମାତ୍ର ଏଜେଣ୍ଡା ହେଉଛି ‘ମୋଦୀଙ୍କୁ ଘୃଣା’ ବୋଲି ସେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲାଖୋଲି ପ୍ରଶଂସା କରିବା ଗୁଲାମ ନବୀଙ୍କୁ କେନ୍ଦ୍ରକରି କଂଗ୍ରେସ ଦଳ ମଧ୍ୟରେ ଝଡ଼ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe