ମୁଲାୟମଙ୍କ ଦ୍ଵିତୀୟ ପତ୍ନୀଙ୍କ ଦେହାନ୍ତ, ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ୱେ ସାଧନାଙ୍କ ସହ ଗଢିଉଠିଥିଲା ସମ୍ପର୍କ!

Advertisment
ମୁଲାୟମଙ୍କ ଦ୍ଵିତୀୟ ପତ୍ନୀଙ୍କ ଦେହାନ୍ତ, ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ୱେ ସାଧନାଙ୍କ ସହ ଗଢିଉଠିଥିଲା ସମ୍ପର୍କ!

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମେନପୁରୀ ସାଂସଦ ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଯାଇଛି | ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବାବେଳେ ଗତ ସପ୍ତାହରେ ଡାଏବେଟିସ ସମେତ ଅନ୍ୟାନ୍ୟ ଅସୁସ୍ଥତା ହେତୁ ସାଧନାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୁଲାୟମ-ସାଧନାଙ୍କ ପ୍ରେମ କାହାଣୀ ଉତ୍ତରପ୍ରଦେଶ ରାଜନୀତିକୁ ମଧ୍ୟ ବେଶ ରୋଚକ କରିଦେଇଥିଲା | କାରଣ ମୁଲାୟମଙ୍କ ବଡ ପୁଅ ଅଖିଳେଶ ସମାଜବାଦୀ ପାର୍ଟିକୁ ଆଗକୁ ନେଇଥିବାବେଳେ ସାଧନାଙ୍କ ପୁଅ ଓ ବୋହୂ ଅପର୍ଣ୍ଣା ଯାଦବ କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ |

publive-image

ମୁଲାୟମ-ସାଧନାଙ୍କ ବାବଦରେ ବିସ୍ତୃତରେ
୨୦୦୩ ମସିହାରେ, ମୁଲାୟମ ସିଂଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମା ମାଳତୀ ଦେବୀଙ୍କର ଦେହାନ୍ତ ହୋଇଥିଲା। ଯାହା ପରେ ମେ ୨୩, ୨୦୦୩ରେ ମୁଲାୟମ ସିଂ ସାଧନା ଗୁପ୍ତାଙ୍କୁ ତାଙ୍କ ପତ୍ନୀ ମାନ୍ୟତା ଦେଇଥିଲେ। ସାଧନା ଯାଦବ ମୁଲାୟମଙ୍କଠାରୁ ୨୦ ବର୍ଷ ସାନ ହୋଇଥିବାବେଳେ ସାଧନା ଗୁପ୍ତାଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ ଥିଲା | ସାଧନାଙ୍କର ପ୍ରଥମ ବିବାହ ଜୁଲାଇ ୪, ୧୯୮୬ରେ ଫାରୁଖବାଦର ଚନ୍ଦ୍ରପ୍ରକାଶ ଗୁପ୍ତାଙ୍କ ସହିତ ହୋଇଥିଲା | ଗୋଟିଏ ବର୍ଷ ପରେ, ଜୁଲାଇ ୭, ୧୯୮୭ ରେ ତାଙ୍କ ପୁତ୍ର ପ୍ରତୀକ ଯାଦବ ଜନ୍ମ ହୋଇଥିଲେ। । ତେବେ ଏହି ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ଦୁହେଁ ଅଲଗା ହୋଇଗଲେ | ଚନ୍ଦ୍ରପ୍ରକାଶଙ୍କଠାରୁ ଅଲଗା ହେବା ପରେ ସାଧନା ତତ୍କାଳୀନ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂଙ୍କ ସହ ସମ୍ପର୍କରେ ଆସିଥିଲେ | କୁହାଯାଏ ଯେ ଉଭୟେ ଅନେକ ଦିନ ଧରି ପରସ୍ପରକୁ ଭେଟିଥିଲେ। ମିଡ଼ିଆ ରିପୋର୍ଟ ମୁତାବକ ୧୯୯୪ ମସିହାରେ ପ୍ରତୀକ ଯାଦବଙ୍କ ସ୍କୁଲ ଫର୍ମରେ ପିତାଙ୍କ ନାମ ଏମଏସ ଯାଦବ ଏବଂ ମୁଲାୟମ ସିଂଙ୍କ କାର୍ଯ୍ୟାଳୟର ଠିକଣା ଦିଆଯାଇଥିଲା। ତେବେ ୨୦୦୩ରେ ମୁଲାୟମ ସିଂ ସାଧନା ଗୁପ୍ତାଙ୍କୁ ତାଙ୍କ ପତ୍ନୀ ମାନ୍ୟତା ଦେଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe