ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମଙ୍କ ପତ୍ନୀ ସାଧନା ଗୁପ୍ତା, ମୁଖାଗ୍ନି ଦେଲେ ପୁଅ ପ୍ରତୀକ ଯାଦବ

Advertisment
ପଞ୍ଚଭୂତରେ ବିଲୀନ ହେଲେ ମୁଲାୟମଙ୍କ ପତ୍ନୀ ସାଧନା ଗୁପ୍ତା, ମୁଖାଗ୍ନି ଦେଲେ ପୁଅ ପ୍ରତୀକ ଯାଦବ

ଲଖନଉ: ଆଜି ଲଖନଉର ପିପ୍ରା ଘାଟରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଯାଇଛି | ପୁଅ ପ୍ରତୀକ ଯାଦବ ତାଙ୍କୁ ମୁଖାଗ୍ନି ଦେଇଥିବାବେଳେ ଏହି ସମୟରେ ମୁଲାୟମ ସିଂ ଯାଦବ, ଅଖିଳେଶ ଯାଦବ, ଶିବପାଲ ଯାଦବଙ୍କ ସହ ସମ୍ପର୍କୀୟ ଓ ସମର୍ଥକମାନେ ଉପସ୍ଥିତ ଥିଲେ | ଗତକାଲି ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବାବେଳେ ଗତ ସପ୍ତାହରେ ଡାଏବେଟିସ ସମେତ ଅନ୍ୟାନ୍ୟ ଅସୁସ୍ଥତା ହେତୁ ସାଧନାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

୬୫ ବର୍ଷୀୟ ସାଧନା ଗୁପ୍ତା କରୋନାରେ ସଂକ୍ରମିତ ହେବା ପରେ ୨୦୨୦ ପରଠାରୁ ଫୁସଫୁସ ସଂକ୍ରମଣ ସହ ଲଢୁଥିଲେ। ଏହାପୂର୍ବରୁ ମୁଲାୟମ ସିଂ ଯାଦବଙ୍କ ବାସଭବନରେ ତାଙ୍କ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଆଉ ଶେଷ ଦର୍ଶନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ବିଜେପି ନେତ୍ରୀ ରୀତା ବହୁଗୁନା ଯୋଶୀ ମଧ୍ୟ ମୁଲାୟମଙ୍କ ବାସଭବନରେ ପହଞ୍ଚିଥିଲେ |


ଉଲ୍ଲେଖ ଥାଉ କି ୨୦୦୩ ମସିହାରେ, ମୁଲାୟମ ସିଂଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମା ମାଳତୀ ଦେବୀଙ୍କର ଦେହାନ୍ତ ହୋଇଥିଲା। ଯାହା ପରେ ମେ ୨୩, ୨୦୦୩ରେ ମୁଲାୟମ ସିଂ ସାଧନା ଗୁପ୍ତାଙ୍କୁ ତାଙ୍କ ପତ୍ନୀ ମାନ୍ୟତା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe