Image Courtesy: MoneyControl
ନୂଆଦିଲ୍ଲୀ: ‘ସଦ୍ଗୁରୁ’ ରୂପେ ଖ୍ୟାତ ଯୋଗଗୁରୁ ଜଗି ବସୁଦେବ, ସୋମବାର ତାଙ୍କର ‘ମୃତ୍ତିକା ସୁରକ୍ଷା’ ସଚେତନତା ଅଭିଯାନର ଏକ ଅଂଶ ଭାବରେ ଲଣ୍ଡନରୁ ଭାରତ ପର୍ଯ୍ୟନ୍ତ ୩୦,୦୦୦ କିଲୋମିଟରର ମୋଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ୬୪ ବର୍ଷ ବୟସ୍କ ସଦ୍ଗୁରୁ ତାଙ୍କର ଏହି ୧୦୦ ଦିନିଆ ଯାତ୍ରା କାଳରେ ୟୁରୋପ ଏବଂ ମଧ୍ୟପ୍ରାଚ୍ୟ ଗସ୍ତ କରିବେ, ଯେଉଁଠାରେ ସେ ସେଲିବ୍ରିଟି ଏବଂ ପରିବେଶବିତ୍ମାନଙ୍କୁ ଭେଟିବେ। ସଦ୍ଗୁରୁ କହିଛନ୍ତି, ‘ମୁଁ ଜଣେ ବୈଜ୍ଞାନିକ ନୁହେଁ; କିନ୍ତୁ ମୁଁ ଜାଣେ ସେଠାରେ ମୃତ୍ତିକା ସଙ୍କଟ ଅଛି’।
ସଦଗୁରୁ ଲଣ୍ଡନର ପାର୍ଲାରୀ ସ୍କୋୟାରରୁ ତାଙ୍କର ବାଇକ୍ ଯାତ୍ରା ଆରମ୍ଭ କରିଛନ୍ତି। ଲଣ୍ଡନର ପାର୍ଲାରୀ ସ୍କୋୟାରରୁ ସୋମବାର ଆନୁଷ୍ଠାନିକ ଭାବେ ଭାବେ ତାଙ୍କର ମୋଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ଏହି ମୋଟର ସାଇକେଲ ଯାତ୍ରା କାଳରେ ସେ ଏହି ସପ୍ତାହ ମଧ୍ୟରେ ଆମଷ୍ଟରଡାମ୍, ବର୍ଲିନ୍ ଏବଂ ପ୍ରାଗ୍କୁ ଗସ୍ତ କରିବେ।
Image Courtesy: Forbesଭାରତ ଆସିବା ବାଟରେ ରାସ୍ତାରେ ଏକାଧିକ ପ୍ରମୁଖ ସହରଗୁଡ଼ିକରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ୧୦୦ ସିନ ପାଇଁ ଧାର୍ଯ୍ୟ ହୋଇଥିଲେ ସୁଦ୍ଧା ସେ ଭାରତର ସ୍ୱାଧୀନତାର ୭୫ତମ ବର୍ଷକୁ ସମ୍ମାନ ଜଣାଇ ୭୫ ଦିନ ମଧ୍ୟରେ ନୂଆଦିଲ୍ଲୀରେ ପହଞ୍ଚିବା ସହ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖିଛନ୍ତି।
Follow Us