ସ୍ୱାଧୀ ପ୍ରଜ୍ଞାଙ୍କୁ ନିର୍ବସ୍ତ୍ର କରି ପିଟିଥିଲେ ସହିଦ୍‌ ହେମନ୍ତ କରକରେ: ମେଜର ଉପାଧ୍ୟାୟ

Advertisment
ସ୍ୱାଧୀ ପ୍ରଜ୍ଞାଙ୍କୁ ନିର୍ବସ୍ତ୍ର କରି ପିଟିଥିଲେ ସହିଦ୍‌ ହେମନ୍ତ କରକରେ: ମେଜର ଉପାଧ୍ୟାୟ

photo--news state

ଭୋପାଳ: ଭୋପାଳରୁ ବିଜେପିର ଲୋକସଭା ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁରଙ୍କ ପରେ ଏବେ ଆଉ ଜଣେ ପରିଚିତ ବ୍ୟକ୍ତି ସହିତ ହେମନ୍ତ କରକରେଙ୍କ ବିରୁଦ୍ଧରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ମେଜର୍‌ ରମେଶ ଉପାଧ୍ୟାୟ କହିଛନ୍ତି ଯେ ହେମନ୍ତ କରକରେ ଆତଙ୍କବାଦୀଙ୍କ ହାତରେ ପ୍ରାଣ ହରାଇଥିଲେ। ଏହା ତାଙ୍କର ଅପଦାର୍ଥତାର ପ୍ରମାଣ ଦେଉଛି।

ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ମେଜର ଉପାଧ୍ୟାୟ ଉତ୍ତର ପ୍ରଦେଶର ବାଲିଆ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାପରେ ମେଜର ରମେଶ ଉପାଧ୍ୟାୟ କହିଛନ୍ତି ସହିଦ୍‌ ହେମନ୍ତ କରକରେଙ୍କ ଉପରେ ଯେଉଁ ବୟାନ୍‌ ଦେଇଛନ୍ତି ସ୍ୱାଧୀ ପ୍ରଜ୍ଞା ,ତାହା ଏକଦମ୍‌ ସତ। ମେଜର ଉପାଧ୍ୟାୟ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିସ୍ଫୋରଣରେ ଯେଉଁ ପୁଲିସ କର୍ମଚାରୀମାନେ ପ୍ରାଣ ହରାଇଛନ୍ତି,ସେମାନେ ସହିଦ୍‌ ନୁହଁନ୍ତି।

publive-image photo-indiatoday

ମେଜର ଉପାଧ୍ୟାୟ ଅଭିଯୋଗ କରିଛନ୍ତି ଯେ ହେମନ୍ତ କରକରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ନିର୍ବସ୍ତ୍ର କରି ପିଟିଥିଲେ। ଖାଲି ପ୍ରଜ୍ଞାଙ୍କୁ ନୁହଁନ୍ତି,ବହୁ ଲୋକଙ୍କୁ ସେ ଅତ୍ୟାଚାର କରିଥିଲେ। ଏହି ମାମଲାରେ ୧୨ ଜଣଙ୍କ ଭିତରୁ ୧୧ ଜଣ ଅଭିଯୁକ୍ତ ଠିକ୍‌ ଭାବେ ଚାଲି ପାରୁ ନାହାଁନ୍ତି। ପ୍ରଜ୍ଞା ଠାକୁର ମଧ୍ୟ ହୁଇଲ ଚେୟାରରେ ଯାତାୟତ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe