www.indiatimes.com
ନୂଆଦିଲ୍ଳୀ: ନିକଟରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ମୁମ୍ବାଇ ଏଟିଏସ୍ ମୁଖ୍ୟ ହେମନ୍ତ କେରକରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ପରେ କ୍ଷମା ମାଗିଥିବା ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରାଜ୍ଞା ସିଂହ ଠାକୁର ଏବେ ବାବ୍ରୀ ମସ୍ଜିଦ୍ ଉପରେ ତାଙ୍କର ମନ୍ତବ୍ୟ ରଖି ଅଡୁଆରେ ଛନ୍ଦି ହୋଇପଡ଼ିଛନ୍ତି। ବାବ୍ରୀ ମସ୍ଜିଦ୍କୁ ଧ୍ୱଂସ କରିବାରେ ତାଙ୍କର ଭୂମିକା ଥିଲା ବୋଲି କହିବା ପରେ ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଇଛି।
କେହି କେହି ଅଭିଯୋଗ ଆଣି କହିଛନ୍ତି ଯେ ସାଧ୍ୱୀଙ୍କ ଜନ୍ମ ବର୍ଷ ହେଉଛି ୧୯୮୮ ମସିହା। ବାବ୍ରୀ ମସ୍ଜିଦ୍କୁ ୧୯୯୨ ମସିହାରେ ଧ୍ୱଂସ କରାଯାଇଥିଲା। ସେ ସମୟରେ ସାଧ୍ୱୀଙ୍କ ବୟସ ମାତ୍ର ୪ ବର୍ଷ ହୋଇଥିଲା। ଜଣେ ୪ ବର୍ଷର ଶିଶୁ କିପରି ଭାବେ ମସ୍ଜିଦ୍ ଧ୍ୱଂସ କାମରେ ସାହାଯ୍ୟ କରିଥିଲା ବୋଲି ସେ ଏନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହେବା ପରେ ସାଧ୍ୱୀଙ୍କୁ ସୋସିଆଲ୍ ମିଡିଆରେ ଥଟ୍ଟା କରାଯାଇଛି। ତାଙ୍କର ଏପରି ବୟାନ ପାଇଁ ତାଙ୍କୁ ଭାରତୀୟ ନିର୍ବାଚନ କମିସନ ଏକ ନୋଟିସ୍ ଜାରି କରିଛନ୍ତି।
ଉଲ୍ଲେଖଯେଗ୍ୟେ, ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କେରକରେଙ୍କ ମୃତ୍ୟୁ ମୁଁ ଦେଇଥିବା ଅଭିଶାପ ଯୋଗୁ ଘଟିଥିଲା ବୋଲି ସାଧ୍ୱୀ କହିବା ପରେ ବିବାଦ ହୋଇଥିଲା। ପରେ ସାଧ୍ୱୀ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବା ସହ ମୁଁ ମୋ କଥା ଫେରାଇ ନେଉଛି ବୋଲି କହିଥିଲେ।
Follow Us