କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ବାଇଁଙ୍କୁ ଗିରଫ କଲା ପୁଲିସ

Advertisment
କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ବାଇଁଙ୍କୁ ଗିରଫ କଲା ପୁଲିସ

କରାଚି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ବାଇଁ ସଫଦର ଆୱାନଙ୍କୁ କରାଚିରେ ପୁଲିସ ଗିରଫ କରିଛି। ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ତଥା ନୱାଜଙ୍କ ଝିଅ ମରିୟମ ନୱାଜ ସରିଫ ଟୁଇଟ କରି ଏହାର ସୂଚନା ଦେଇଛନ୍ତି। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)ର କରାଚି ରାଲି ପରେ ଆୱାନଙ୍କୁ ପୁଲିସ ଗିରଫ କରିଛି।

ମରିୟମ କହିଛନ୍ତି ଯେ ସେମାନେ କରାଚିର ଏକ ହୋଟେଲରେ ରହିଥିଲେ। ଏହି ସମୟରେ ପୁଲିସ ତାଙ୍କ ରୁମର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି କ୍ୟାପଟେନ ସଫଦର ଆୱାନଙ୍କୁ ଗିରଫ କରିଥିଲା। ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ହୋଇଥିବା ବିକ୍ଷୋଭରେ ମରିୟମ ନୱାଜ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନରେ ଇମ୍ରାନ ସରକାର ବିରୋଧରେ ବାରମ୍ବାର ରାଲି ଚାଲିଥିବା ଦେଖିବାକୁ ମିଳିଛି। କରାଚିରେ ହୋଇଥିବା ରାଲିରେ ଲୋକମାନେ ଏକତ୍ରିତ ହୋଇଥିଲେ। ଏହି ରାଲିରେ ମରିୟମ ନୱାଜ ଇମ୍ରାନ ସରକାର ଉପରେ ଆକ୍ଷେପ କରିଥିଲେ। ସେ କହିଛନ୍ତି ଯଦି ଆମେ କ୍ଷମତାକୁ ଫେରିବୁ ତେବେ ଇମ୍ରାନ ଜେଲରେ ରହିବେ। ଇମ୍ରାନ ଖାନ ତାଙ୍କ ବିଫଳତାକୁ ଲୁଚାଉଛନ୍ତି ଏବଂ ଲୋକଙ୍କୁ ଭୟଭୀତ ନହେବାକୁ କହୁଛନ୍ତି। ଏହି ସମାବେଶରେ ପ୍ରଥମେ କରୋନାରେ ସଂକ୍ରମଣ ହୋଇ ପ୍ରାଣ ହରାଇଥିବା ଲୋକମାନଙ୍କୁ ମରିୟମ ନୱାଜ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe