ବିଜେପି କର୍ମୀଙ୍କୁ ଶାହଙ୍କ ଆହ୍ବାନ: ଗୁଜରାଟରେ ସବୁ ରେକର୍ଡ ଭାଙ୍ଗିଦିଅ

Advertisment

saha call to BJP workers

saha call to BJP workers

୨୦୨୫ ଶେଷ ସୁଦ୍ଧା ଭାରତ ହେବ ୫ ଲକ୍ଷ କୋଟି ଡଲାର ଅର୍ଥନୀତି: ଶାହ

IndiaToday

ଅହମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଭର୍ଚୁଆଲ୍‌ ଭାବେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସୁରଟ ସହରର ବିଜେପି କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ‘ସ୍ନେହ ମିଳନ’ କାର୍ଯ୍ୟକ୍ରମରେ ଶାହ ବିଜେପି କର୍ମୀମାନଙ୍କୁ ଆହ୍ବାନ ଦେଇ କହିଛନ୍ତି, ଆଗକୁ ୨୦୨୨ ବିଧାନସଭା ନିର୍ବାଚନ ଆସୁଛି। ଏହି ନିର୍ବାଚନରେ ସବୁ ରେକର୍ଡ ଭାଙ୍ଗିଦିଅ। ବିଜେପି କର୍ମୀମାନେ ରାଜ୍ୟ ବିଜେପି ସଭାପତି ସିଆର ପାଟିଲ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସହଯୋଗ କରି ସ୍ବାଧୀନତା ପରର ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେବାପାଇଁ କହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୧୮୨ ବିଧାନସଭା ଆସନରୁ ୧୦୦ଟିରେ ଜିତିଥିଲା। ଏହି ରେକର୍ଡ ଭାଙ୍ଗିବାପାଇଁ ସେ ବିଜେପି କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, ନିର୍ବାଚନରେ ଆମକୁ ସମସ୍ତ ୧୮୨ ଆସନରେ ଜିତିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe