ଆଇଜଲ୍: ନିର୍ବାଚନ ବାବଦରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଦେଇଥିବା ମନ୍ତବ୍ୟକୁ ମିଜୋ ନ୍ୟାସ୍ନାଲ୍ ଫ୍ରଣ୍ଟ (ଏମ୍ଏନ୍ଏଫ୍) ତୀବ୍ର ସମାଲୋଚନା କରିଛି। ଅମିତ୍ ଭଗବାନ ନୁହନ୍ତି ଏବଂ ଦେଶରେ ବିଜେପି ୫୦ ବର୍ଷ ଶାସନ କରିବ ବୋଲି ସେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ନିରର୍ଥକ। ସେ ଅତିରଞ୍ଜିତ କରି ଏଭଳି କହିଥିବା ଏମ୍ଏନ୍ଏଫ୍ ପକ୍ଷରୁ କୁହାଯାଇଛି। ଏମ୍ଏନ୍ଏଫ୍ ମୁଖ୍ୟ ତଥା ମିଜୋରାମ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୋରାମ୍ଥଙ୍ଗା ଏକ ସାକ୍ଷାତକାରରେ ବିଜେପିକୁ ସମାଲୋଚନା କରି ଏହି ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଶାହ ଭଗବାନ ନୁହନ୍ତି ଏବଂ ରାଜନୀତି ବାବଦରେ ସେ ଭବିଷ୍ୟବାଣୀ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏ ବାବଦରେ ଭବିଷ୍ୟବାଣୀ କରିପାରିବେ ନାହିଁ। ବିଜେପି ଓ ଏମ୍ଏନ୍ଏଫ୍ ମଧ୍ୟରେ କୌଣସି ମେଣ୍ଟ ହେବାର ନାହିଁ ବୋଲି ସେ କହିଛନ୍ତି। ଶାହ କହିଥିଲେ ଯେ ୨୦୧୯ରେ ଯଦି ବିଜେପିକୁ ପୁଣି କ୍ଷମତାକୁ ଆସେ, ତେବେ ୫୦ ବର୍ଷ ପର୍ଯ୍ୟନ୍ତ ଏହା ଶାସନ କରିବ।
ଭଗବାନ ନୁହନ୍ତି ଶାହ: ଏମ୍ଏନ୍ଏଫ୍, ୫୦ ବର୍ଷ ଶାସନ ଆଶା ନିରର୍ଥକ
Advertisment
Follow Us