ସାର୍, ମୋ ସ୍ତ୍ରୀଠାରୁ ମୋତେ ବଞ୍ଚାଅ, ସେ ମୋତେ ମାରୁଛି ! ଏଭଳି ଅଭିଯୋଗ ପରେ ତଦନ୍ତ କରିବାରୁ ପୁଲିସ ଜାଣିଲା ସତ

ସାର୍, ମୋ ସ୍ତ୍ରୀଠାରୁ ମୋତେ ବଞ୍ଚାଅ, ସେ ମୋତେ ମାରୁଛି ! ଏଭଳି ଅଭିଯୋଗ ପରେ ତଦନ୍ତ କରିବାରୁ ପୁଲିସ ଜାଣିଲା ସତ

ନୂଆଦିଲ୍ଲୀ: ଯୌତୁକ ପାଇଁ ସ୍ୱାମୀ ଏବଂ ଶାଶୁ, ବୋହୂକୁ ହଇରାଣ କରୁଥିବା ଖବର ଆପଣଙ୍କୁ ପ୍ରତିଦିନ ମିଳୁଥିବ। ଆପଣ ନିଶ୍ଚିତ ଭାବରେ ସ୍ୱାମୀ, ସ୍ତ୍ରୀକୁ ମାଡ଼ ମାରିବା ବା ହତ୍ୟା କରିବା ଖବର ଶୁଣିଥିବେ। କିନ୍ତୁ ୟୁପିର ମହାରାଗଞ୍ଜରୁ ସାମ୍ନାକୁ ଆସିଥିବା ଏକ ଘଟଣା ନିତିଦିନ ଘଟୁଥିବା ଘଟଣାଠାରୁ ଟିକେ ଭିନ୍ନ। ପତ୍ନୀ ନୁହେଁ ବରଂ ସ୍ବାମୀ ଯାଇ ପୁଲିସ ଷ୍ଟେସନରେ ସ୍ତ୍ରୀ ମାଡ଼ ମାରୁଥିବାର ଅଭିଯୋଗ କରିଛି। ଏଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଘରେ ସ୍ତ୍ରୀ ମାଡ଼ ମାରୁଥିବା କଥା ପୁଲିସକୁ କହି ମୋତେ ବଞ୍ଚାନ୍ତୁ ବୋଲି ଗୁହାରି କରିଛି ସ୍ବାମୀ।

ପୁଲିସର କହିବା ମୁତାବକ, ଯୁବକଙ୍କଠାରୁ ଏଭଳି ଅଭିଯୋଗ ପାଇ ସତ କ’ଣ ତାହା ଜାଣିବା ପାଇଁ ତାଙ୍କ ପତ୍ନୀଙ୍କୁ ଡକାଇ ପଚରାଉଚରା କରିଥିଲି। ହେଲେ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସ୍ବାମୀଙ୍କ ଉପରେ ଆଉ ଏକ ଆରୋପ ଲଗାଇଥିଲେ। ସ୍ବାମୀ ସମ୍ପତ୍ତି ବିକିବାକୁ ଚାହୁଁଥିବା ବେଳେ ପତ୍ନୀ ମନା କରୁଥିବାରୁ ସେ ପୁଲିସ ଆଗରେ ଏଭଳି ମିଛ ଅଭିଯୋଗ କରିଥିବା କହିଥିଲେ ପତ୍ନୀ। ତେବେ ପୁଲିସ ସ୍ୱାମୀ ଓ ସ୍ତ୍ରୀଙ୍କୁ ବୁଝାଇ ପରିବାର ପରାମର୍ଶ କେନ୍ଦ୍ର ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe