ସାରା ଜୀବନ ପାଇଁ ଦୁଃଖ ଦେଇଗଲା; ଏଭଳି କହିଲେ ରୁଣ ଭାର ପାଇଁ ଜୀବନ ହାରିଥିବା ପୁଅର ବାପା

Advertisment
ସାରା ଜୀବନ ପାଇଁ ଦୁଃଖ ଦେଇଗଲା; ଏଭଳି କହିଲେ ରୁଣ ଭାର ପାଇଁ ଜୀବନ ହାରିଥିବା ପୁଅର ବାପା

ସହାରନପୁର: ଅଗଷ୍ଟ ୧୦ରେ ସହାରନପୁରର ବ୍ୟବସାୟୀ ସୌରଭ ବବ୍ବର ତାଙ୍କ ପତ୍ନୀ ମୋନାଙ୍କ ସହ ଆତ୍ମହତ୍ୟା କରିଥିଲେ। ଏହି ଦମ୍ପତି ହରିଦ୍ୱାରର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଏପର୍ଯ୍ୟନ୍ତ ପତ୍ନୀଙ୍କ ମୃତଦେହ ମିଳିପାରି ନଥିବା ବେଳେ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ଆତ୍ମହତ୍ୟା ପୂର୍ବରୁ ଏହି ଦମ୍ପତି ଏକ ଚିଠି ଛାଡ଼ିଯାଇଥିଲେ, ଯେଉଁଥିରେ ଋଣ ସମସ୍ୟା ହେତୁ ସେମାନେ ଆତ୍ମହତ୍ୟା କରିଥିବା ଲେଖାଥିଲା। ଏବେ ଏହି ଘଟଣା ପରେ ସୌରଭଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, "ସୌରଭ ଅଗଷ୍ଟ ୯ରେ ପତ୍ନୀ ଓ ୨ପିଲାଙ୍କୁ ନେଇ ଶାଶୁଘର ଯାଇଥିଲା। ସେଠାରେ ପିଲାଙ୍କୁ ଛାଡ଼ି ଦୁହେଁ ହରିଦ୍ବାର ଚାଲିଯାଇଥିଲେ। ହେଲେ ସେ ଏଭଳି ପଦକ୍ଷେପ ନେବାକୁ ଯାଉଥିବା ବିଷୟରେ କାହାକୁ ଜଣାନଥିଲା। ସୌରଭଠାରୁ ଆମେ ଏହା ଆଶା କରିନଥିଲୁ। କରଜ ସମସ୍ୟା ଥିଲା ଯଦି ଆମ ସହ କଥା ହୋଇଥାନ୍ତା। ଆମେ ସମାଧାନର ବାଟ ଖୋଜିଥାନ୍ତୁ। ହେଲେ ଏଭଳି କରି ସେ ଆମକୁ ସାରା ଜୀବନର ଦୁଃଖ ଦେଇଗଲା।"

ଉଲ୍ଲେଖଯୋଗ୍ୟ, ଉଭୟେ ବାଇକ୍ ଯୋଗେ ପ୍ରାୟ ୧୦୦କିଲୋମିଟର ଦୂରତା ଅତିକ୍ରମ କରି ହରିଦ୍ୱାରରେ ପହଞ୍ଚିଥିଲେ, ଏବଂ ଶେଷ ଥର ପାଇଁ ଏକ ସେଲଫି ନେଇଥିଲେ। ପରେ ନିଜ ବନ୍ଧୁଙ୍କ ହ୍ବାଟସ୍ଆପକୁ ସେଲଫି ସହିତ ଆତ୍ମହତ୍ୟା ନୋଟ ପଠାଇଥିଲେ। ଏହା କରିବା ପରେ ଦୁହେଁ ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୋନାଙ୍କ ମୃତଦେହ ମିଳିନଥିବା ବେଳେ ସୌରଭଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe