ଶ୍ରୀନଗର: ଗତକାଲି ସୀମାରେ ଦେଶପାଇଁ ଲଢୁଥିବା ବେଳେ ପାକିସ୍ତାନ ଗୁଳିରେ ସହିଦ ହୋଇଯାଇଥିବା କ୍ୟାପଟେନ୍ କପିଲ କୁଣ୍ଡୁ ଜୀବନର ପ୍ରକୃତ ମହତ୍ୱକୁ ମାତ୍ର ୨୨ବର୍ଷ ବୟସରୁ ହିଁ ଉପଲବ୍ଧି କରିପାରିଥିଲେ। ପିଲାବେଳୁ କବିତା ଲେଖିବାକୁ ବେଶ୍ ପସନ୍ଦ କରୁଥିବା କ୍ୟାପ୍ଟେନ୍ କୁଣ୍ଡୁ ସତେ ଯେମିତି ତାଙ୍କ ମୃତ୍ୟୁ ଖବରକୁ ଆଗୁଆ ଜାଣିପାରି ନିଜର ଫେସ୍ବୁକ୍ ପେଜ୍ରେ ସମସ୍ତଙ୍କ ପାଇଁ ବାର୍ତ୍ତା ଛାଡି ଯାଇଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ,ଜୀବନ ଦୀର୍ଘତମ ବା ଲମ୍ବା ହେବାରେ କୌଣସି ଯଥାର୍ଥତା ନାହିଁ ବରଂ ଜୀବନଟା ବଡ଼ ଓ ମହାନ ହେବା ଆବଶ୍ୟକ। ହରିୟାନାର ଗୁରୁଗ୍ରାମରେ ଜନ୍ମଗ୍ରହଣ କରିଥିବା କ୍ୟାପ୍ଟେନ୍ କୁଣ୍ଡୁ ଆଉ ୫ ଟା ଦିନ ପରେ ଅର୍ଥାତ୍ ଆସନ୍ତା ୧୦ ତାରିଖରେ ନିଜର ୨୩ତମ ଜନ୍ମଦିନ ପାଳନ କରିଥାନ୍ତେ।
ସହିଦ କ୍ୟାପ୍ଟେନ୍ଙ୍କ ବାର୍ତ୍ତା: ଜୀବନ ଦୀର୍ଘ ନହୋଇ ମହାନ ହେଉ
Advertisment
Follow Us