ନୂଆଦିଲ୍ଲୀ: ଆମ୍ ଆଦ୍ମି ପାର୍ଟି (ଆପ୍) ଆଜି ଦଳ ପକ୍ଷରୁ ରାଜ୍ୟସଭା ପାଇଁ ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଟିକଟ ଦୌଡ଼ରେ ସବୁଠାରୁ ଆଗରେ ଥିବା ଦଳର ଟାଣୁଆ ନେତା କୁମାର ବିଶ୍ୱାସଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜ୍ୟସଭାରୁ ବଞ୍ଚିତ ହେବାପରେ ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦଳ ପ୍ରାର୍ଥୀ କରିଥିବା ନେତାଙ୍କୁ କଟାକ୍ଷ କରି ବିଶ୍ୱାସ କହିଥିଲେ ଯେ ଟିକଟ ପାଇଥିବା ସୁଶିଲ ଗୁପ୍ତା ଏବଂ ଏନ୍୍ଡି ଗୁପ୍ତା ମହାନ ଆନ୍ଦୋଳନକାରୀ। ଦଳରେ ସେ ନିଷ୍ଠାର ସହ କାମ କରିଛି ଏବଂ ସର୍ବଦା ସତ୍ୟ ସାମ୍ନାକୁ ଆଣିଥିବାରୁ ଏବେ ‘ସହିଦ’ ହୋଇଯାଇଛନ୍ତି ଏବଂ ଏଭଳି ସହିଦ୍ ହେବାକୁ ସେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସେ ସର୍ବଦା ସତ୍ୟ କହିଥିବାରୁ ତାଙ୍କୁ ଏବେ ଏଭଳି ସ୍ଥିତିର ସମ୍ମୁଖୀନ ପଡ଼ିଛି। କେଜ୍ରିଓ୍ଵାଲଙ୍କ ସହ ଅସହମତ ହୋଇ କେହି ଆପ୍ରେ ଜୀବିତ ରହିବା ସମ୍ଭବ ନୁହେଁ ବୋଲି ବିଶ୍ୱାସ କହିଛନ୍ତି। କେଜ୍ରିଓ୍ଵାଲଙ୍କ ପ୍ରତି କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ କେଜ୍ରିଓ୍ଵାଲ ଶବ ସହିଦ ଖେଳିବା ଉଚିତ ନୁହେଁ ଏଥିରୁ ଆଗକୁ ଦଳରେ ଅଧିକ ଦୁର୍ଗନ୍ଧ ସୃଷ୍ଟି କରିବ ବୋଲି ସେ କହିଥିଲେ। କୁମାର ବିଶ୍ୱାସ ଆପ୍ର ସଂସ୍ଥାପକ ସଭ୍ୟ ଥିବା ବେଳେ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ କେଜ୍ରିଓ୍ଵାଲ ସୁଯୋଗ ନଦେବା ଆଗାମୀ ଦିନରେ ଦଳକୁ ବିଭାଜନ ଆଡ଼କୁ ଟାଣିନେବ ବୋଲି କୁହାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us