ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ ଶେଖ ହସିନା

୫ ମାସ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଏକ ଅଡିଓ ସାମ୍ନାକୁ ଆସିଛି ।  ଆୱାମୀ ଲିଗ୍ ପକ୍ଷରୁ ଜାରି ଏକ ଅଡିଓ ବାର୍ତ୍ତାରେ ଭୟଭୀତ ଶେଖ୍ ହସିନା କହୁଛନ୍ତି, 'ରେହାନା (ଭଉଣୀ) ଏବଂ ମୁଁ ମାତ୍ର ୨୦-୨୫ ମିନିଟ୍ ବ୍ୟବଧାନରେ ମୃତ୍ୟୁରୁ ବର୍ତ୍ତି ଯାଇଥିଲୁ।

ଅଦ୍ୟତନ ହୋଇଛି
hasina

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତବର୍ଷ ଅଗଷ୍ଟ ମାସରେ ନିଜ ଜୀବନ ବଞ୍ଚାଇ ଭାରତ ପଳାଇ ଆସିଥିଲେ। ଏହାପରେ ମହମ୍ମଦ ୟୁନୁସ ଦେଶର ଅନ୍ତରୀଣ ଶାସକ ହୋଇଥିଲେ। ପାଖାପାଖି ୫ ମାସ ପରେ ହସିନାଙ୍କ ଏକ ଅଡିଓ ସାମ୍ନାକୁ ଆସିଛି ।  ଆୱାମୀ ଲିଗ୍ ପକ୍ଷରୁ ଜାରି ଏକ ଅଡିଓ ବାର୍ତ୍ତାରେ ଭୟଭୀତ ଶେଖ୍ ହସିନା କହୁଛନ୍ତି, 'ରେହାନା (ଭଉଣୀ) ଏବଂ ମୁଁ ମାତ୍ର ୨୦-୨୫ ମିନିଟ୍ ବ୍ୟବଧାନରେ ମୃତ୍ୟୁରୁ ବର୍ତ୍ତି ଯାଇଥିଲୁ।

ଗତବର୍ଷ ଶେଖ୍ ହସିନା ସରକାର ବିରୋଧରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ୬୦୦ ଲୋକ ପ୍ରାଣ ହରାଇଥିଲେ। 

ଗତବର୍ଷ ଶେଖ୍ ହସିନା ସରକାର ବିରୋଧରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ୬୦୦ ଲୋକ ପ୍ରାଣ ହରାଇଥିଲେ। 
ତାଙ୍କର ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ଶେଖ୍ ହସିନା ଅଭିଯୋଗ କରିଛନ୍ତି। ଏଥିସହିତ ସେ ବିଶ୍ୱାସ କରୁଥିଲେ ଯେ ଇଶ୍ବରଙ୍କ ଦୟାରୁ ସେ ଜୀବିତ ବଞ୍ଚିଯାଇଛଥିଲେ। ‘ପ୍ରଥମେ ଅଗଷ୍ଟ ୨୧ ( ୨୦୦୪) ରେ ଗ୍ରେନେଡ୍ ଆକ୍ରମଣ, ତା'ପୂର୍ବରୁ ୨୦୦୦ରେ କୋଟାଲିପଡ଼ା ବୋମା ବିସ୍ଫୋରଣର ଷଡ଼ଯନ୍ତ୍ର ଏବଂ ଏବେ ଏହି ସଦ୍ୟତମ ଆକ୍ରମଣ। ଇଶ୍ବରଙ୍କ ଦୟାରୁ ରେହାନା ଓ ମୁଁ ବଞ୍ଚି ଯାଇଥିଲୁ। ନଚେତ୍ ଆମେ ବଞ୍ଚି ନଥାନ୍ତୁ।‘

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe