ଶାହିନ୍‌ ବାଗ୍‌ ଗୁଳିକାଣ୍ଡ: ଅଭିଯୁକ୍ତ ଆପ୍‌ ସଦସ୍ୟ, ପ୍ରମାଣ ଜାରିକଲା ପୁଲିସ

Advertisment
ଶାହିନ୍‌ ବାଗ୍‌ ଗୁଳିକାଣ୍ଡ: ଅଭିଯୁକ୍ତ ଆପ୍‌ ସଦସ୍ୟ, ପ୍ରମାଣ ଜାରିକଲା ପୁଲିସ

ନୂଆଦିଲ୍ଲୀ: ଗତ ସପ୍ତାହରେ ଶାହିନ୍‌ ବାଗରେ ଗୁଳିକାଣ୍ଡ ଘଟାଇଥିବା ଯୁବକ କପିଲ ଗୁର୍ଜର ୨୦୧୯ରେ ‘ଆପ୍‌’ରେ ଯୋଗ ଦେଇଥିଲା ବୋଲି ଦିଲ୍ଲୀ ପୁଲିସ କ୍ରାଇମ୍‌ ବ୍ରାଞ୍ଚ ଆଜି ସୂଚନା ଦେଇଛି। କପିଲ ଗତବର୍ଷ ଆପ୍‌ରେ ଯୋଗ ଦେଉଥିବା ବେଳର ଏକ ଫଟୋ ଦିଲ୍ଲୀ ପୁଲିସ ଆଜି ଜାରି କରିଛି। ଏହି ଫଟୋରେ ଆପ୍‌ର ବରିଷ୍ଠ ନେତା ସଞ୍ଜୟ ସିଂହଙ୍କ ସହ କପିଲ ଏବଂ ତା’ ବାପା ଉପସ୍ଥିତ ଥିବା ଜଣାପଡ଼ିଛି। କପିଲ ୨୦୧୯ରେ ଆପ୍‌ର ପ୍ରାଥମିକ ସଦସ୍ୟତା ପଦ ଗ୍ରହଣ କରିଥିଲା ବୋଲି ଦିଲ୍ଲୀ ପୁଲିସ ପଚରା ଉଚରା ପରେ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, ଶାହିନ୍‌ ବାଗରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କପିଲ ତୀବ୍ର ବିରୋଧ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ। ତେବେ ଗୁଳି ଫୁଟାଇବାବେଳେ କପିଲ ‘ଜୟ ଶ୍ରୀରାମ’, ‘ହମାରେ ଦେଶମେ ଔର କିସି କି ନହିଁ ଚଲେଗି’ ଭଳି ‌ସ୍ଲୋଗାନ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe