ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ପୁନର୍ଗଠିତ, ଗୌରହରି ଦାସ ଅର୍ଥ କମିଟିକୁ ନିର୍ବାଚିତ

Advertisment
ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ପୁନର୍ଗଠିତ, ଗୌରହରି ଦାସ ଅର୍ଥ କମିଟିକୁ ନିର୍ବାଚିତ

ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଅକାଦେମିର ଉଚ୍ଚ କ୍ଷମତାସଂପନ୍ନ ଅର୍ଥ କମିଟିକୁ ଓଡ଼ିଆ ଭାଷା ଉପଦେଷ୍ଟାମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦା‌ସ ମନୋନୀତ ହୋଇଛନ୍ତି। ରବୀନ୍ଦ୍ର ଭବନଠାରେ ଅନୁଷ୍ଠିତ ନବଗଠିତ କାର୍ଯ୍ୟନିର୍ବାହୀ ସମିତିର ପ୍ରଥମ ବୈଠକରେ ଡକ୍ଟର ଦାସ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ଅକାଦେମିର ସଚିବ କେ. ଶ୍ରୀନିବାସରାଓ ଜଣାଇଛନ୍ତି।

ଏହି ଅବସରରେ ୨୦୨୩-୨୭ ପାଞ୍ଚ ବର୍ଷ ପାଇଁ ବିଭିନ୍ନ ଭାଷାର ଉପ‌େଦଷ୍ଟା ମଣ୍ଡଳୀ ପୁନର୍ଗଠିତ ହୋଇଥିଲା। ଓଡ଼ିଆ ଉପଦେଷ୍ଟାମଣ୍ଡଳୀକୁ ସାଧାରଣ ପରିଷଦର ସଦସ୍ୟ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଫେସର ବିଜୟ କୁମାର ଶତପଥୀ ଏବଂ କାର୍ଯ୍ୟନିର୍ବାହୀ ସମିତି ସଭ୍ୟ ଗୌରହରି ଦାସଙ୍କ ବ୍ୟତୀତ ଆଉ ସାତ ଜଣ ଲେଖକ ଲେଖିକା ମନୋନୀତ ହୋଇଛନ୍ତି। ସେମାନେ ହେଲେ ଡକ୍ଟର ପ୍ରୀତିଧାରା ସାମଲ, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ମନୋଜ କୁମାର ପଣ୍ଡା, ଡକ୍ଟର ମହେନ୍ଦ୍ର ପ୍ରସାଦ, ଅରୁଣ କୁମାର ସାହୁ, ପବିତ୍ର ମୋହନ କର ଏବଂ ଯୁବ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ। ଏମାନେ ପାଞ୍ଚ ବର୍ଷ ପାଇଁ ଅକାଦେମିର ଓଡ଼ିଆ ଉପଦେଷ୍ଟା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ।

ଆଜିର ଏହି ବୈଠକରେ ଅକାଦେମିର ସଭାପତି ମାଧବ କୌଶିକ ଅଧ୍ୟକ୍ଷତା କରିଥିବାବେଳେ ଉପାଧ୍ୟକ୍ଷା ପ୍ରଫେସର କୁମୁଦ ଶର୍ମା ଏବଂ ସବୁ ଭାଷାର ଆବାହକ ଯୋଗ ଦେଇଥିଲେ। ସଚିବ ଡକ୍ଟର କେ. ଶ୍ରୀନିବାସରାଓ ବିବରଣୀ ପାଠ କରିବା ସହ ସମସ୍ତ ନୂଆ ସଭ୍ୟଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe