ଚାକିରି ମାଗୁଛନ୍ତି ଛୁରାମାଡ଼ ଘଟଣାରେ ଧରାପଡ଼ିଥିବା ସନ୍ଦିଗ୍ଧ

Advertisment

ସୈଫଙ୍କୁ ଛୁରାମାଡ଼ କରିଥିବା ଘଟଣାରେ ସନ୍ଦିଗ୍ଦ ଭାବେ ଧରାପଡ଼ିଥିବା ଆକାଶ ନିଜର ଅସୁବିଧା ବଖାଣି କହିଛନ୍ତି, ‘ ଏହି ଘଟଣା ପରେ ମୋର ଚାକିରି ଚାଲି ଯାଇଛି। ବିବାହ ପ୍ରସ୍ତାବ ଭାଙ୍ଗି ଯାଇଛି।’

ସୈଫଙ୍କୁ ଛୁରାମାଡ଼ କରିଥିବା ଘଟଣାରେ ସନ୍ଦିଗ୍ଦ ଭାବେ ଧରାପଡ଼ିଥିବା ଆକାଶ ନିଜର ଅସୁବିଧା ବଖାଣି କହିଛନ୍ତି, ‘ ଏହି ଘଟଣା ପରେ ମୋର ଚାକିରି ଚାଲି ଯାଇଛି। ବିବାହ ପ୍ରସ୍ତାବ ଭାଙ୍ଗି ଯାଇଛି।’

ତି

ମୁମ୍ବାଇ: ଅଭିନେତା ସୈଫ ଅଲୀ ଖାନଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ପୁଲିସ ହେପାଜତରେ ଅଛି। ଶରିଫୁଲକୁ ମୁମ୍ବାଇ ପୁଲିସ ଧରିବା ପୂର୍ବରୁ ଛତିଶଗଡ଼ର ଦୁର୍ଗରୁ ଜଣେ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ଭାବେ କାବୁ କରିଥିଲା। କିଛି ସମୟ ପଚରାଉଚରା ପରେ ଉକ୍ତ ବ୍ୟକ୍ତିଙ୍କୁ ଛାଡ଼ି ଦେଇଥିଲା ପୁଲିସ। ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଅନେକ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ୁଛି।

ଅଧିକପଢ଼ନ୍ତୁ:ନବଜାତ ନାତିକୁ ନେଇ ମହାକୁମ୍ଭରେ ଅମିତ ଶାହ

ନିକଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆକାଶ କନୌଜିୟା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ବୟସ ୩୧ ବର୍ଷ। ମୁଁ ପେସାରେ ଜଣେ ଚାଳକ। ମୁମ୍ବାଇ ପୁଲିସ ମୋତେ ସୈଫଙ୍କ ଉପରେ ଛୁରାମାଡ଼ ଘଟଣାରେ କାବୁ କରିଥିଲା। ଜାନୁଆରି ୧୯ ତାରିଖରେ ମୁମ୍ବାଇ ପୁଲିସ ବାଂଲାଦେଶ ନାଗରିକ ମହମ୍ମଦ ଶରିଫୁଲ ଇସଲାମ ଶହଜାଦକୁ ଗିରଫ କରିଥିଲା। ଏହାପରେ ମୋତେ ଛାଡ଼ି ଦେଇଥିଲା।

ଅଧିକପଢ଼ନ୍ତୁ:ଆଶା ଭୋସଲେଙ୍କ ନାତୁଣୀଙ୍କ ପ୍ରେମରେ ମହମ୍ମଦ ସିରାଜ୍ !

ଏହି ଘଟଣା ପରେ ମୋତେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ମୋ ଚାକିରି ଚାଲି ଯାଇଛି। ଯେଉଁ କନ୍ୟାଙ୍କ ସହିତ ମୋର ବିବାହ ସ୍ଥିର ହୋଇଥିଲା ତାଙ୍କ ପରିବାର ପ୍ରସ୍ତାବ ଆଗକୁ ବଢ଼ାଇବାକୁ ରାଜି ନାହାନ୍ତି। ତେଣୁ ମୁଁ ସୈଫ ଅଲୀ ଖାନଙ୍କ ପରିବାକୁ ଚାକିରି ଦେବା ପାଇଁ ଅନୁରୋଧ କରୁଛି। କାରଣ ମୋ ପରିବାର ଏମିତି ହିଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe