ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ ମାମଲା, ଛତିଶଗଡ଼ରେ ସନ୍ଦିଗ୍ଧ ଅଟକ

Advertisment

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ବାସଭବନରେ ଆକ୍ରମଣ ମାମଲାରେ  ପୁଲିସ ଆଜି ଛତିଶଗଡ଼ର ଦୁର୍ଗ ଷ୍ଟେସନରୁ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି।  ସନ୍ଦିଗ୍ଧ  ସ୍ଥାନୀୟ ପୁଲିସ  ହାଜତରେ ଅଛି ଏବଂ ଆଜି ରାତିରେ ମୁମ୍ବାଇ ପୁଲିସ ପହଞ୍ଚିବା ପରେ...

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ବାସଭବନରେ ଆକ୍ରମଣ ମାମଲାରେ  ପୁଲିସ ଆଜି ଛତିଶଗଡ଼ର ଦୁର୍ଗ ଷ୍ଟେସନରୁ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି।  ସନ୍ଦିଗ୍ଧ  ସ୍ଥାନୀୟ ପୁଲିସ  ହାଜତରେ ଅଛି ଏବଂ ଆଜି ରାତିରେ ମୁମ୍ବାଇ ପୁଲିସ ପହଞ୍ଚିବା ପରେ...

sfssf

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ବାସଭବନରେ ଆକ୍ରମଣ ମାମଲାରେ  ପୁଲିସ ଆଜି ଛତିଶଗଡ଼ର ଦୁର୍ଗ ଷ୍ଟେସନରୁ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି।  ସନ୍ଦିଗ୍ଧ  ସ୍ଥାନୀୟ ପୁଲିସ  ହାଜତରେ ଅଛି ଏବଂ ଆଜି ରାତିରେ ମୁମ୍ବାଇ ପୁଲିସ ପହଞ୍ଚିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ମୁମ୍ବାଇ ପୁଲିସ ସନ୍ଦିଗ୍ଧର ଫଟୋ ଏବଂ ଠିକଣା ଦେଇ ଛତିଶଗଡ଼ ରେଳବାଇ ପୁଲିସକୁ ସତର୍କ କରିବାପରେ ଛତିଶଗଡ଼ରୁ ଦୁର୍ଗରୁ ତାକୁ ଅଟକ କରାଯାଇଛି। ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଛି ଏବଂ ତା’ ନାଁ ଆକାଶ କନୌଜିଆ (୩୧)। ସେ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ୁଥିବା ସମୟରେ ରେଳବାଇ ପୁଲିସ ତାକୁ ହାଜତକୁ ନେଇଛି। ଛତିଶଗଡ଼ ରେଳବାଇ ପୁଲିସ ଅନୁଯାୟୀ ସୈଫ୍‌ ଅଲି ଆକ୍ରମଣ ମାମଲାରେ ମୁମ୍ବାଇ ପୁଲିସ ଦ୍ବାରା ଜାରି ହୋଇଥିବା ଫ‌ଟୋ ଟ୍ରେନ୍‌ରୁ ଗିରଫ ହୋଇଥିବା ବ୍ୟକ୍ତି ସହ ମିଶିଯାଉଛି।   ଅନ୍ୟପକ୍ଷରେ ମଧ୍ୟପ୍ରଦେଶରୁ ମଧ୍ୟ ଆଉ ଜଣେ ସନ୍ଦିଗ୍ଧ ଗିରଫ ହୋଇଛି।

ଉଲ୍ଲେଖ‌ଯୋଗ୍ୟ, ୫୪ ବର୍ଷୀୟ ସୈଫ୍‌ଙ୍କ ଉପରେ ଜାନୁଆରି ୧୬ ତାରିଖରେ ଆକ୍ରମଣ ହୋଇଥିଲା।   ଆଜି ସନ୍ଦିଗ୍ଧକୁ ନେଇ ପୁଣି ଏକ ସିସିଟିଭି ଫୁଟେଜ୍‌ ଜାରି ହୋଇଛି। ଏହି ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ  ଆକ୍ରମଣକାରୀ ସୈଫ୍‌ଙ୍କ ଉପରେ ଆକ୍ରମଣ କରିବାପରେ ଦାଦର୍‌ରେ ଏକ ଦୋକାନରୁ ହେଡଫୋନ୍‌ କିଣୁଛି।  ଅନ୍ୟପକ୍ଷେ ସୈଫ୍‌ ଅଲି ଖାନ୍‌ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ଅଭିନେତା ଏବେ ଚାଲୁଛନ୍ତି ଏବଂ ସ୍ବାଭାବିକ ଖାଦ୍ୟ ଖାଇବା ଆରମ୍ଭ କଲେଣି।  ସୈଫ୍‌ଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଆସନ୍ତା ୨/୩ ଦିନ ମଧ୍ୟରେ ସେ  ଡିସ୍‌ଚାର୍ଜ ହେବେ ବୋଲି ଲୀଳାବତି ହସ୍ପିଟାଲର ନ୍ୟୁରୋସର୍ଜନ୍‌ ନୀତିନ ଡାଙ୍ଗେ କହିଛନ୍ତି। ପୁଲିସ ଆଜି ସୈଫ୍‌ଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ କରିନା କପୁରଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe