ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ବାନ୍ଦ୍ରା ଘରେ ଜଣେ ଅଜ୍ଞାତ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିବା ପରେ ସେ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇ ସୈଫ୍ଙ୍କ ପେଟରୁ ୩ ଇଞ୍ଚ୍ର ଏକ ସାମଗ୍ରୀ ବାହାର କରାଯାଇଛି।
ଗଭୀର ଆଘାତ ଲାଗିବା ପରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ହସ୍ପିଟାଲର ବୟାନ ଅନୁଯାୟୀ, ସୈଫଙ୍କୁ ଛଅ ଥର ଛୁରାମାଡ଼ ହୋଇଥିଲା। ଯେଉଁଥିରୁ ଦୁଇ ଥର ଗଭୀର ଲାଗିଥିଲା।
ଏବେ ସୈଫ୍ଙ୍କୁ ଛୁରାମାଡ଼କୁ ନେଇ ଏବେ ଫରେନ୍ସିକ୍ ଟିମ୍ ତଦନ୍ତ ଚଳାଇଛି। ମୁମ୍ବାଇ ପୁଲିସ୍ ଓ ଫରେନ୍ସିକ୍ ଟିମ୍ ଏବେ ସୈଫ୍ଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପଟେ ଏନ୍କାଉଣ୍ଟର୍ ମାଷ୍ଟର୍ ଦୟା ନାୟକ ମଧ୍ୟ ସୈଫ୍ଙ୍କ ଘରେ ପହଞ୍ଚିଛନ୍ତି।
ଉଲ୍ଲେଖଯୋଗ୍ୟ, ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପୂର୍ବରୁ ଘରେ ୪ ଜଣ ଚୋରି କରିବାକୁ ପଶିଥିଲେ। ​​ଜଣେ ଚୋର ଚାକରାଣୀଙ୍କ ସହ ଝଗଡ଼ା କରୁଥିଲା। ତାପରେ ଚୋରମାନେ ସୈଫ ଅଲ୍ଲୀ ଖାନଙ୍କୁ ୩ଥର ଛୁରାମାଡ଼ କରିଥିଲେ। ଏହା ଦେଖି ଚାକରାଣୀ ବି ସୈଫ ଅଲ୍ଲୀ ଖାନଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥିଲେ। ଏହାଫଳରେ ତାଙ୍କ ପିଠିରେ ସାମାନ୍ୟ ଆଘାତ ଲାଗିଥିଲା।
Follow Us