ସେ ସୁସ୍ଥ ହେଉଛନ୍ତି: ସୈଫ୍‌ଙ୍କ ସଂପର୍କରେ କହିଲେ ଭଉଣୀ ସୋହା

Advertisment

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କ ସହିତ ଜାନୁଆରି ୧୬ ତାରିଖରେ ତାଙ୍କ ବାନ୍ଦ୍ରା ବାସଭବନରେ ଏକ ଛୁରୀ ଆକ୍ରମଣ ଘଟଣା ଘଟିବା ପରେ ବର୍ତ୍ତମାନ ସେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କ ସହିତ ଜାନୁଆରି ୧୬ ତାରିଖରେ ତାଙ୍କ ବାନ୍ଦ୍ରା ବାସଭବନରେ ଏକ ଛୁରୀ ଆକ୍ରମଣ ଘଟଣା ଘଟିବା ପରେ ବର୍ତ୍ତମାନ ସେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Saif

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କ ସହିତ ଜାନୁଆରି ୧୬ ତାରିଖରେ ତାଙ୍କ ବାନ୍ଦ୍ରା ବାସଭବନରେ ଏକ ଛୁରୀ ଆକ୍ରମଣ ଘଟଣା ଘଟିବା ପରେ ବର୍ତ୍ତମାନ ସେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଭଉଣୀ ସୋହା ଅଲ୍ଲୀ ଖାନ ସମ୍ପ୍ରତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ‘‘ସେ ସୁସ୍ଥ ହେଉଛନ୍ତି"।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ସୋହା କହିଛନ୍ତି, "ଆମେ ଖୁସି ଯେ ସେ ସୁସ୍ଥ ହେଉଛନ୍ତି। ଆମେ ବହୁତ କୃତଜ୍ଞ ଏବଂ ପରିସ୍ଥିତି ଅଧିକ ଜଟିଳ ହୋଇନଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁ। ଆପଣ ସମସ୍ତଙ୍କ ଶୁଭକାମନା ପାଇଁ ଧନ୍ୟବାଦ।"

ପୂର୍ବରୁ ସୈଫଙ୍କ ସାନ ଭଉଣୀ ସବା ପଟୌଦି ଏହି ମର୍ମନ୍ତୁଦ ଘଟଣା ଉପରେ ତାଙ୍କର ମତାମତ ପ୍ରକାଶ କରିଥିଲେ ଏବଂ ଅଭିନେତାଙ୍କ ସାହସିକତାକୁ ପ୍ରଶଂସା କରିଥିଲେ।

ସେ ଲେଖିଥିଲେ, "ମୁଁ ଏହି ଘଟଣା ପାଇଁ ଖୁବ୍‌ ଆଘାତ ପାଇଛି ଏବଂ ଦୁଃଖିତ। କିନ୍ତୁ ତୁମ ପାଇଁ ଗର୍ବିତ ଭାଇଜାନ। ପରିବାରର ଯତ୍ନ ନେବା ତୁମେ ଯେଉଁଭଳି ଭାବେ ପଦକ୍ଷେପ ନେଲ ତାହା ଦ୍ବାରା ଆବାଙ୍କୁ ଖୁବ୍‌ ଗର୍ବିତ କରିଛ। ଶୀଘ୍ର ସୁସ୍ଥ ହୁଅ। ସେଠାରେ ନଥିବାରୁ ବହୁତ ମିସ୍‌ କରୁଛି।ଶୀଘ୍ର ଦେଖାହେବ। ମୋ ପ୍ରାର୍ଥନାରେ ସର୍ବଦା ତୁମେ ଅଛ।’’

ଗୁରୁବାର ଚୋରି କରିବାକୁ ଯାଇ ସୈଫ୍‌ଙ୍କ ଉପରେ ଆକ୍ରମଣ କରିଥିବା ଏହି ‌ଚୋରକୁ ଧରିବା ପାଇଁ ୭୦ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା। ତୀବ୍ର ଅନୁସନ୍ଧାନ ପରେ ଏହି ସଫଳତା ମିଳିଛି। ଧରାପଡ଼ିବା ପରେ, ଯେତେବେଳେ ଜଣେ ବରିଷ୍ଠ ଅଧିକାରୀ ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ୍ ଶେହଜାଦକୁ ଆକ୍ରମଣ ସଂପର୍କରେ ପ୍ରଶ୍ନ ପଚାରିଲେ ତ ସେ ଅପରାଧ ସ୍ବୀକାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe