ହଁ ମୁଁ କରିଛି: ଅପରାଧ ସ୍ବୀକାର କଲା ସୈଫ୍‌ଙ୍କ ଆକ୍ରମଣକାରୀ

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଛୁରୀ ମାରିବା ଅଭିଯୋଗରେ ଗିରଫ ହୋଇଥିବା ୩୦ ବର୍ଷୀୟ ବାଂଲାଦେଶୀ ନାଗରିକ ନିଜ ଅପରାଧ ସ୍ବୀକାର କରିଛି। ସେ ସ୍ବୀକାର କରି କହିଛି ଯେ ‘ହଁ ମୈନେ କିୟା ହେ (ହଁ ମୁଁ କରିଛି)’।

NewsMeter Telugu

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଛୁରୀ ମାରିବା ଅଭିଯୋଗରେ ଗିରଫ ହୋଇଥିବା ୩୦ ବର୍ଷୀୟ ବାଂଲାଦେଶୀ ନାଗରିକ ନିଜ ଅପରାଧ ସ୍ବୀକାର କରିଛି। ସେ ସ୍ବୀକାର କରି କହିଛି ଯେ ‘ହଁ ମୈନେ କିୟା ହେ (ହଁ ମୁଁ କରିଛି)’।

ଗୁରୁବାର ଚୋରି କରିବାକୁ ଯାଇ ସୈଫ୍‌ଙ୍କ ଉପରେ ଆକ୍ରମଣ କରିଥିବା ଏହି ‌ଚୋରକୁ ଧରିବା ପାଇଁ ୭୦ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା। ତୀବ୍ର ଅନୁସନ୍ଧାନ ପରେ ଏହି ସଫଳତା ମିଳିଛି। ଧରାପଡ଼ିବା ପରେ, ଯେତେବେଳେ ଜଣେ ବରିଷ୍ଠ ଅଧିକାରୀ ଅଭିଯୁକ୍ତ ମହମ୍ମଦ ସରିଫୁଲ ଇସଲାମ୍ ଶେହଜାଦକୁ ଆକ୍ରମଣ ସଂପର୍କରେ ପ୍ରଶ୍ନ ପଚାରିଲେ ତ ସେ ଏପରି ଉତ୍ତର ଦେଇଥିବା ଜାଣିବାକୁ ମିଳିଛି। 

ଗଣମାଧ୍ୟମକୁ ସୂଚନା ଦେଇ ଡେପୁଟି କମିସନର ଦୀକ୍ଷିତ ଗେଡ଼ାମ କହିଛନ୍ତି ଯେ ସୈଫ୍‌ଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଚୋରି ଉଦ୍ୟମ ଓ ତାଙ୍କୁ ଆକ୍ରମଣ ଘଟଣାରେ  ଅଭିଯୁକ୍ତ ମହମ୍ମଦ  ଶେହଜାଦକୁ ଥାଣେରୁ ଗିରଫ କରାଯାଇଛି।  ଏହି ବାଂଲାଦେଶୀ ଅଭିଯୁକ୍ତ ପାଖରେ କୌଣସି ଭାରତୀୟ ଦସ୍ତାବିଜ ନାହିଁ। ତେବେ ତା’ର ସମସ୍ତ ସାମଗ୍ରୀ ଜବତ କରାଯାଇଛି ଏବଂ  ସେ ବାଂଲାଦେଶର ବୋଲି ସ୍ପଷ୍ଟ ହୋଇଛି।  ପ୍ରାୟ ୪ ମାସ ଧରି ସେ ବିଜୟ ଦାସ ନାମରେ ମୁମ୍ବାଇରେ ରହୁଥିଲା ଏବଂ ଏକ ହାଉସ୍‌ କିପିଂ ଏଜେନ୍ସିରେ କାମ କରୁଥିଲା।

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ସୈଫ୍‌ଙ୍କ ବାସଭବନ ପଛପଟେ ଥିବା ଅଗ୍ନି ସୁରକ୍ଷା ସିଡି ଦେଇ ପଶିବାରେ ସଫଳ ହୋଇଥିଲା। ପ୍ରଥମେ ଜଣେ ଘରୋଇ ସହାୟିକା ତାକୁ ଦେଖି ଚିତ୍କାର କରିଥିଲେ। ସୈଫ୍‌ ମଧ୍ୟ ତା’   ସହ ମୁହାଁମୁହିଁ ହେବାରୁ ଆକ୍ରମଣକାରୀ ତାଙ୍କୁ ୬ ଥର ଛୁରିମାଡ଼ କରି ଫେରାର ହୋଇଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe