ସୈଫ୍‌ଙ୍କ ଆକ୍ରମଣକାରୀ ମହମ୍ମଦ ଶେହଜାଦ ବାଂଲାଦେଶୀ: ନାଁ ବଦଳାଇ ମୁମ୍ବାଇରେ ରହୁଥିଲା

Advertisment

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପଶି  ୬ ଥର ଛୁରା ମାଡ଼ କରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତି ବାଂଲାଦେଶୀ  ବୋଲି ଜଣାପଡ଼ିଛି। ଆକ୍ରମଣକାରୀର ନାମ ମହମ୍ମଦ ସରିଫୁଲ ଇସଲାମ୍ ଶେହଜାଦ...

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପଶି  ୬ ଥର ଛୁରା ମାଡ଼ କରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତି ବାଂଲାଦେଶୀ  ବୋଲି ଜଣାପଡ଼ିଛି। ଆକ୍ରମଣକାରୀର ନାମ ମହମ୍ମଦ ସରିଫୁଲ ଇସଲାମ୍ ଶେହଜାଦ...

ddfdfdf

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପଶି  ୬ ଥର ଛୁରା ମାଡ଼ କରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତି ବାଂଲାଦେଶୀ  ବୋଲି ଜଣାପଡ଼ିଛି। ଆକ୍ରମଣକାରୀର ନାମ ମହମ୍ମଦ ସରିଫୁଲ ଇସଲାମ୍ ଶେହଜାଦ ଏବଂ  କିଛି ମାସ ତଳେ ସେ ଭାରତରେ ପ୍ରବେଶ କରିଥିଲା ଏବଂ ନିଜକୁ ବିଜୟ ଦାସ ବୋଲି ପରିଚୟ ଦେଇ ମୁମ୍ବାଇରେ ରହୁଥିଲା। 
ଆଜି ସକାଳେ ଗଣମାଧ୍ୟମକୁ ସୂଚନା ଦେଇ ଡେପୁଟି କମିସନର ଦୀକ୍ଷିତ ଗେଡ଼ାମ କହିଛନ୍ତି ଯେ ସୈଫ୍‌ଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଚୋରି ଉଦ୍ୟମ ଓ ତାଙ୍କୁ ଆକ୍ରମଣ ଘଟଣାରେ  ଅଭିଯୁକ୍ତ ମହମ୍ମଦ  ଶେହଜାଦକୁ ଥାଣେରୁ ଗିରଫ କରାଯାଇଛି।  ଏହି ବାଂଲାଦେଶୀ ଅଭିଯୁକ୍ତ ପାଖରେ କୌଣସି ଭାରତୀୟ ଦସ୍ତାବିଜ ନାହିଁ। ତେବେ ତା’ର ସମସ୍ତ ସାମଗ୍ରୀ ଜବତ କରାଯାଇଛି ଏବଂ  ସେ ବାଂଲାଦେଶର ବୋଲି ସ୍ପଷ୍ଟ ହୋଇଛି।  ପ୍ରାୟ ୪ ମାସ ଧରି ସେ ବିଜୟ ଦାସ ନାମରେ ମୁମ୍ବାଇରେ ରହୁଥିଲା ଏବଂ ଏକ ହାଉସ୍‌ କିପିଂ ଏଜେନ୍ସିରେ କାମ କରୁଥିଲା।

ନାଁ ବଦଳାଇ ମୁମ୍ବାଇରେ ରହୁଥିଲା, ୫ଦିନ ପାଇଁ ପୁଲିସ ରିମାଣ୍ଡ୍‌ରେ ନେଲା

ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବା ପରେ ପୁଲିସ ୫ ଦିନ ପାଇଁ ରିମାଣ୍ଡ୍‌ରେ ନେଇଛି। ଅଭିଯୁକ୍ତ ସୈଫ୍‌ଙ୍କ ବାସଭବନ ପଛପଟେ ଥିବା ଅଗ୍ନି ସୁରକ୍ଷା ସିଡି ଦେଇ ପଶିବାରେ ସଫଳ ହୋଇଥିଲା। ପ୍ରଥମେ ଜଣେ ଘରୋଇ ସହାୟିକା ତାକୁ ଦେଖି ଚିତ୍କାର କରିଥିଲେ। ସୈଫ୍‌ ମଧ୍ୟ ତା’   ସହ ମୁହାଁମୁହିଁ ହେବାରୁ ଆକ୍ରମଣକାରୀ ତାଙ୍କୁ ୬ ଥର ଛୁରିମାଡ଼ କରି ଫେରାର ହୋଇଯାଇଥିଲା। ଅଭିନେତାଙ୍କୁ ତୁରନ୍ତ ନିକଟସ୍ଥ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।    ବୈଷୟିକ ପ୍ରମାଣ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେଲିବ୍ରିଟିଙ୍କ ଉପରେ ଏଭଳି ଆକ୍ରମଣ ନେଇ ମହାରାଷ୍ଟ୍ର ରାଜନୀତି ମଧ୍ୟ ସରଗରମ ରହିଛି। ମୁମ୍ବାଇରେ କେହି ସୁରକ୍ଷିତ ନାହାନ୍ତି ବୋଲି ଦର୍ଶାଇ ବିରୋଧୀଙ୍କ ଠାରୁ ଆରମ୍ଭ କରି ସିନେମା ଜଗତର ଅନେକ ପ୍ରମୁଖ ବ୍ୟକ୍ତି ଦେବେନ୍ଦ୍ର ଫଡ଼ନାବିସଙ୍କ ସରକାରକୁ ପ୍ରଶ୍ନ କରିଛନ୍ତି। ଏହାର ଜବାବରେ ଫଡ଼ନାବିସ କହିଛନ୍ତି ଯେ ଦେଶର ସମସ୍ତ ମେଗାସିଟି ମଧ୍ୟରେ ମୁମ୍ବାଇ ସବୁଠାରୁ ସୁରକ୍ଷିତ। ଏହା ସତ ଯେ କିଛି ଘଟଣା ବେଳେବେଳେ ଘଟୁଛି ଏବଂ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରାଯିବା ଉଚିତ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe