ସଚିନ ପାଇଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!

Advertisment
ମୋଦୀ, ଅୱେସିଙ୍କ ବିରୋଧରେ ବର୍ଷିଲେ ପାଇଲଟ୍‌: ନିର୍ବାଚନ ଅଛି ବୋଲି ରାଜସ୍ଥାନ ଆସୁଛନ୍ତି, ନିର୍ବାଚନ ସରିଗଲେ ଅଦୃଶ୍ୟ ହୋଇଯିବେ

The Indian Express

ନୂଆଦିଲ୍ଲୀ : କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ନିର୍ବାଚନ ଜିତିବେ ତେବେ ସେ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବି ନିୟମ ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ। ଏହାପରେ ଦଳୀୟ ନେତୃବୃନ୍ଦ କଂଗ୍ରେସ ନେତା ପାଇଲଟଙ୍କୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କରିପାରନ୍ତି।

ରାଜ‌ସ୍ଥାନରେ ଏହି ରାଜନୈତିକ ପରିବର୍ତ୍ତନକୁ ନେଇ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଛି। ମାତ୍ର, ପାଇଲଟ୍‌ ମୁଖ୍ୟମନ୍ତ୍ରୀ ହେବାପାଇଁ ଗେହଲଟ ଚାହୁନାହାନ୍ତି। ସେ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁପାରିସ କରିଛନ୍ତି। ଇତିମଧ୍ୟରେ ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଦାବି କରିଛନ୍ତି ଯେ ସଚିନ ପାଇଲଟ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସମସ୍ତ ବିଧାୟକ ପାଇଲଟଙ୍କୁ ସମର୍ଥନ କରୁଛନ୍ତି। ଗେହଲଟଙ୍କୁ ସମର୍ଥନ କରିଥିବା ସ୍ବାଧୀନ ବିଧାୟକ ବି ପାଇଲଟଙ୍କୁ ସମର୍ଥନ କରିବେ ବୋଲି ସେ ଦାବି କରିଛନ୍ତି। ଦିନକ ପୂର୍ବରୁ ମନ୍ତ୍ରୀ ଶ୍ରୀ ଗୁଧା କହିଥିଲେ ଯଦି ଗେହଲଟ କଂଗ୍ରେସ ସଭାପତି ହେବାପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ନ୍ତି ତେବେ ପାଇଲଟ ମୁଖ୍ୟମନ୍ତ୍ରୀ ହେ‌ଲେ ଆମର କିଛି ଆପତ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe