୧୫ରେ ହେବ ହରିୟାଣାର ସାଇନି ସରକାରଙ୍କ ଶପଥ ଗ୍ରହଣ

Advertisment

ହରିୟାଣାର ନବନିଯୁକ୍ତ ନାୟାବ ସିଂ ସାଇନି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମଙ୍ଗଳବାର (ଅକ୍ଟୋବର ୧୫) ହରିୟାଣାରେ ଅନୁଷ୍ଠିତ ହେବ। ପଞ୍ଚକୁଲାର ସେକ୍ଟର ୫ସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

ହରିୟାଣାର ନବନିଯୁକ୍ତ ନାୟାବ ସିଂ ସାଇନି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମଙ୍ଗଳବାର (ଅକ୍ଟୋବର ୧୫) ହରିୟାଣାରେ ଅନୁଷ୍ଠିତ ହେବ। ପଞ୍ଚକୁଲାର ସେକ୍ଟର ୫ସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

saini

ନୂଆଦିଲ୍ଲୀ: ହରିୟାଣାର ନବନିଯୁକ୍ତ ନାୟାବ ସିଂ ସାଇନି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମଙ୍ଗଳବାର (ଅକ୍ଟୋବର ୧୫) ହରିୟାଣାରେ ଅନୁଷ୍ଠିତ ହେବ। ପଞ୍ଚକୁଲାର ସେକ୍ଟର ୫ସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ ।

 ଶପଥ ଗ୍ରହଣ ସମାରୋହ ପାଇଁ ପ୍ୟାରେଡ୍ ଗ୍ରାଉଣ୍ଡରେ ଏକ ଲକ୍ଷ ଲୋକଙ୍କ ବସିବାର ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ଏଥିସହିତ ଶିଳ୍ପପତି ଓ ଦେଶର ବଡ଼ ବଡ଼ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ସମାରୋହରେ ନିମନ୍ତ୍ରଣ କରାଯିବ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ହଶହରା ଦିନ ଶପଥ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲେ ବି ପ୍ରଧାନମନ୍ତ୍ରୀଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ତଥା ଆଉ କେତେକ କାରଣ ଯୋଗୁଁ ତାରିଖକୁ ବଦଳାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe