ନବଜାତ ନାତିକୁ ନେଇ ମହାକୁମ୍ଭରେ ଅମିତ ଶାହ

Advertisment

ଅମିତ ଶାହା ତାଙ୍କ ନବଜାତ ନାତିକୁ ଧରି ପୁଅ ଓ ପରିବାର ସହିତ ମହାକୁମ୍ଭରେ ପହଞ୍ଚିଛନ୍ତି। ଏକ ଭିଡିଓରେ ଶାହାଙ୍କ ନାତିକୁ ସନ୍ଥ ଆଶୀର୍ବାଦ କରୁଥିବାର ଦେଖିବାକୁ ମିଳିଛି।

Updated On

ଅମିତ ଶାହା ତାଙ୍କ ନବଜାତ ନାତିକୁ ଧରି ପୁଅ ଓ ପରିବାର ସହିତ ମହାକୁମ୍ଭରେ ପହଞ୍ଚିଛନ୍ତି। ଏକ ଭିଡିଓରେ ଶାହାଙ୍କ ନାତିକୁ ସନ୍ଥ ଆଶୀର୍ବାଦ କରୁଥିବାର ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
ନସପଦନ

ଲକ୍ଷ୍ମୌ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ତାଙ୍କ ପୁଅ ତଥା ଆଇସିସି ଚେୟାରମ୍ୟାନ ଜୟ ଶାହା ସୋମବାର (ଜାନୁଆରି ୨୭) ଦିନ ମହାକୁମ୍ଭରେ ପହଞ୍ଚିଛନ୍ତି।

ଅଧିକପଢ଼ନ୍ତୁ:ମହାକୁମ୍ଭରେ ବୁଡ଼ ପକାଇଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

ବାପା ଓ ପୁଅଙ୍କ ସମେତ ସମଗ୍ର ଶାହାଙ୍କ ପରିବାର ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବାକୁ ଆସିଛନ୍ତି। ଅମିତ ଶାହା ତାଙ୍କ ନବଜାତ ନାତିକୁ ମଧ୍ୟ ମହାକୁମ୍ଭକୁ ସାଙ୍ଗରେ ଆଣିଛନ୍ତି। ଏକ ଭିଡିଓରେ ଶାହାଙ୍କ ନାତିକୁ ସନ୍ଥ ଆଶୀର୍ବାଦ କରୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓରେ, ଜୟ ଶାହା ତାଙ୍କ ପୁଅକୁ ସାଧୁସନ୍ଥଙ୍କ ପାଖକୁ ନେଇ ଯାଉଥିବାର ଦେଖାଯାଉଛି। ଏହି ସମୟରେ ଅମିତ ଶାହାଙ୍କୁ ମଧ୍ୟ ସାଧୁସନ୍ଥମାନଙ୍କ ସହିତ ଠିଆ ହୋଇଥିବାର ଦେଖିବାକୁ ମିଳୁଛି। ଏହା ପରେ, ଅମିତ ଶାହା ତାଙ୍କ ନାତିକୁ କୋଳରେ ଧରି ସନ୍ଥମାନଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଅ‌ାସୁଛି। ଏହି ସ୍ବତନ୍ତ୍ର ମୁହୂର୍ତ୍ତରେ ତିନିଜଣ ଜେଜେବାପା, ବାପା ଏବଂ ନାତି ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଅଧିକପଢ଼ନ୍ତୁ:ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ମହାକୁମ୍ଭକୁ ଯିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ସମଗ୍ର ବିଶ୍ୱକୁ ସମାନତା ଏବଂ ସମନ୍ବୟର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଏବଂ ଜ୍ଞାନ ପରମ୍ପରାର ଏକ ସଙ୍ଗମସ୍ଥଳ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe