ଆସନ୍ତାକାଲି ଅଯୋଧ୍ୟାରେ ବିଶାଳ ସନ୍ଥ ସମ୍ମିଳନୀ, ରାମ ମନ୍ଦିର ନିର୍ମାଣ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

Advertisment
ଆସନ୍ତାକାଲି ଅଯୋଧ୍ୟାରେ ବିଶାଳ ସନ୍ଥ ସମ୍ମିଳନୀ, ରାମ ମନ୍ଦିର ନିର୍ମାଣ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

Zee News

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣକୁ ନେଇ ସନ୍ଥ ସମାଜ ପୁଣି ଥରେ ସକ୍ରିୟ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସନ୍ଥମାନେ ସୋମବାର ଏକ ବଡ଼ ଧରଣ ବୈଠକର ଆୟୋଜନ କରୁଛନ୍ତି। ମଣିରାମ ଦାସ ଛାବନୀ ଅଂଚଳରେ ହେବାକୁ ଥିବା ଏହି ବୈଠକରେ ରାମଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅଧ୍ୟକ୍ଷତା କରିବେ। କୁହାଯାଉଛି ଯେ, ଏହି ବୈଠକରେ ସନ୍ଥ ସମାଜର କିଛି ବଡ଼ ନିଷ୍ପତ୍ତି ଆସିପାରେ।

ବୈଠକରେ ଅଯୋଧ୍ୟାର ସନ୍ଥ ମହନ୍ତ ସାମିଲ ହେବେ। ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ନେତାମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଥ ସମିତିର ଅଧ୍ୟକ୍ଷ ମହନ୍ତ କହ୍ନେୟା ଦାସ, ରାମଜନ୍ମଭୂମି ନ୍ୟାସର ବରିଷ୍ଠ ସଦସ୍ୟ ଡା. ରାମବିଳାସ ଦାସ ବେଦାନ୍ତି, ରାମବଲ୍ଲଭ କୁଂଜର ଅଧିକାରୀ ରାଜକୁମାର ଦାସ, ଦଶରଥ ମହଲର ବିନ୍ଦୁଗଦ୍ଦାଚାର୍ଯ୍ୟ, ରଂଗମହଲର ମହନ୍ତ ରାମଶରଣ ଦାସ, ଲକ୍ଷ୍ମଣକିଲାଧୀଶ ମହନ୍ତ ମୈଥିଲୀ ଶରଣ ଦାସ, ବଡ ଭକ୍ତମାଳର ମହନ୍ତ ଅବଧେଶ ଦାସ ମଧ୍ୟ ବୈଠକରେ ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe