୧୯୮୪ ଶିଖ୍‌-ବିରୋଧୀ ଦଙ୍ଗାରେ କଂଗ୍ରେସ ନେତା ଦୋଷୀ ସାବ୍ୟସ୍ତ, ଯାବଜ୍ଜୀବନ କାରାଦଣ୍ଡ ଦେଲେ ହାଇକୋର୍ଟ

Advertisment
୧୯୮୪ ଶିଖ୍‌-ବିରୋଧୀ ଦଙ୍ଗାରେ କଂଗ୍ରେସ ନେତା ଦୋଷୀ ସାବ୍ୟସ୍ତ, ଯାବଜ୍ଜୀବନ କାରାଦଣ୍ଡ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ କରି ଯାବଜ୍ଜୀବନ କରା ଦଣ୍ଡାଦେଶ ଦେଇଛନ୍ତି।

୨୦୧୮ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ସେ ଆତ୍ମସମର୍ପଣ କରିବେ।

ଏହି ମାମଲାରେ ସଜ୍ଜନ କୁମାରଙ୍କୁ ଦୋଷମୁକ୍ତ ଏବଂ ଅନ୍ୟ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଟ୍ରାଏଲ୍‌ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ସିବିଆଇ ଆବେଦନ କରିବା ପରେ ହାଇକୋର୍ଟ ଉକ୍ତ ରାୟକୁ ଓଲଟାଇ ଦେଇଛନ୍ତି।

publive-image

ବିଚାରପତି ଏସ୍‌ ମୁରଲୀଧର ଏବଂ ବିନୋଦ ଗୋଏଲ୍‌ଙ୍କ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ୧୯୮୪ ମସିହା ଅକ୍ଟୋବର ୩୧, ତାରିଖ ଦିନ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳରେ ୫ ଜଣଙ୍କ ହତ୍ୟା ଘଟନା ସହ ଏହି ମାମଲା ସମ୍ପୃକ୍ତ।

ଟ୍ରାଏଲ୍‌ କୋର୍ଟ ଏହି ମାମଲାରେ ପୂର୍ବତନ କଂଗ୍ରେସ କାଉନ୍‌ସିଲର୍‌ ବଲଓ୍ଵାନ୍‌ ଖୋଖାର, ଅବସରପ୍ରାପ୍ତ ନୌସେନା କପ୍ତାନ ଭଗମାଲ ଏବଂ ଗିରିଧାରୀ ଲାଲ୍‌ଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେବା ସହ ଅନ୍ୟ ଦୁଇ ଜଣ- ପୂର୍ବତନ ବିଧାୟକ ମହେନ୍ଦର ଯାଦବ ଏବଂ କିଷନ୍‌ ଖୋଖରଙ୍କୁ ଯାବଜ୍ଜୀବନ କାରା ଦଣ୍ଡାଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe