ବବିତା ଫୋଗାଟଙ୍କ ନାଁରେ ସାକ୍ଷୀ ମଲ୍ଲିକଙ୍କ ଅଭିଯୋଗ

କଂଗ୍ରେସ ନୁହେଁ ବରଂ ବିଜେପିର ହାତ ଥିଲା ବହୁ ଚର୍ଚ୍ଚିତ ୨୦୨୩ କୁସ୍ତିଯୋଦ୍ଧା ଆନ୍ଦୋଳନ ପଛରେ। ଏନେଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଲମ୍ପିକ ରେସଲର ସାକ୍ଷୀ ମଲିକ।

 TV9 Bharatvarsh

ନୂଆଦିଲ୍ଲୀ: କଂଗ୍ରେସ ନୁହେଁ ବରଂ ବିଜେପିର ହାତ ଥିଲା ବହୁ ଚର୍ଚ୍ଚିତ ୨୦୨୩ କୁସ୍ତିଯୋଦ୍ଧା ଆନ୍ଦୋଳନ ପଛରେ। ଏନେଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଲମ୍ପିକ ରେସଲର ସାକ୍ଷୀ ମଲିକ। ନିଜ ବାଇଗ୍ରାଫି ବୁକ୍ ୱିଟନେସ ଉପରେ ସାକ୍ଷାତକାର ବେଳେ ୨୦୨୩ କୁସ୍ତିଯୋଦ୍ଧା ଆନ୍ଦୋଳନ ପଛର କଥା କହିଛନ୍ତି ସାକ୍ଷୀ । ଆନ୍ଦୋଳନ ପାଇଁ ବିଜେପି ନେତ୍ରୀ ତଥା କୁସ୍ତିଯୋଦ୍ଧା ବବିତା ଫୋଗାଟ୍ ଉସକାଇଥିବା କହିଛନ୍ତି ସାକ୍ଷୀ। 

ବହୁ ଚର୍ଚ୍ଚିତ ୨୦୨୩ କୁସ୍ତିଯୋଦ୍ଧା ଆନ୍ଦୋଳନର ଗୁମର ଖୋଲିଲେ ସାକ୍ଷୀ ମଲିକ । ଭାରତୀୟ କୁସ୍ତିଯୋଦ୍ଧା ଏବଂ ବିଜେପି ପୂର୍ବତନ ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ମଧ୍ୟରେ ଚାଲି ଆସିଥିବା ବିବାଦ ନୂଆ ମୋଡ଼ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରେସଲର ସାକ୍ଷୀ ମଲିକ। ବିଜେପି ନେତ୍ରୀ ବବିତା ଫୋଗାଟ କୁସ୍ତିଯୋଦ୍ଧାମାନଙ୍କୁ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଉସକାଇଥିବା ସେ କହିଛନ୍ତି। ବବିତା ଫୋଗାଟ ଭାରତୀୟ କୁସ୍ତିଯୋଦ୍ଧା ସଂଘର ସଭାପତି ହେବାକୁ ଚାହୁଁଥିବାରୁ ଏପରି କରିବାକୁ କହିଥିବା ସାକ୍ଷୀ ମଲିକ କହିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe