ସ୍ବିଡେନରେ ପବିତ୍ର କୋରାନ ପୋଡ଼ିଥିବା ବ୍ୟକ୍ତିକୁ ଗୁଳିକରି ହତ୍ୟା

ସ୍ୱିଡେନରେ ସଲୱାନ ମୋମିକା ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ବ୍ୟକ୍ତି ଜଣକ ୨୦୨୩ରେ ଏକାଧିକ ଥର ଇସଲାମ ଧର୍ମର ପବିତ୍ର ଧର୍ମଗ୍ରନ୍ଥ କୋରାନର ନକଲ ପୋଡ଼ି ଦେଇଥିଲେ।

ଅଦ୍ୟତନ ହୋଇଛି
swiden

ଷ୍ଟକହୋମ୍ : ସ୍ୱିଡେନରେ ସାଲୱାନ ମୋମିକା ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ବ୍ୟକ୍ତି ଜଣକ ୨୦୨୩ରେ ଏକାଧିକ ଥର ଇସଲାମ ଧର୍ମର ପବିତ୍ର ଧର୍ମଗ୍ରନ୍ଥ କୋରାନର ନକଲ ପୋଡ଼ି ଦେଇଥିଲେ। ଧର୍ମପୁସ୍ତକ ପୋଡ଼ିବା ପ୍ରସଙ୍ଗ ଏତେ ମାତ୍ରାରେ ବଢିଯାଇଥିଲା ଯେ ମୁସଲମାନ ଦେଶମାନେ ମଧ୍ୟ ଏହାକୁ ସମାଲୋଚନା କରିଥିଲେ । ରିପୋର୍ଟ ଅନୁଯାୟୀ, ସାଲୱାନ ଇରାକୀ ବଂଶୋଦ୍ଭବ ଖ୍ରୀଷ୍ଟିଆନ ନାଗରିକ ଥିଲେ। ଧର୍ମପୁସ୍ତକ ପୋଡ଼ିବା ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯିବାର ଥିଲା ଓ କୋର୍ଟ ରାୟ ଶୁଣାଇବାର ଥିଲା। ତେବେ ଏହି ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବାରୁ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ନିକଟସ୍ଥ ଏକ ସହରରେ ହୋଇଥିବା ଗୁଳିକାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ୱିଡେନ୍ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ ।

ଅନେକ ବିକ୍ଷୋଭ ସମୟରେ ସେ ଏହି ଧର୍ମପୁସ୍ତକ ଜାଳିଥିଲେ, ଯାହାକୁ ସାରା ବିଶ୍ୱର ମୁସଲମାନମାନେ ସମାଲୋଚନା କରିଥିଲେ ।  ଏହି ଘଟଣାକୁ ନେଇ ଅନେକ ମୁସଲମାନ ବହୁଳ ଦେଶରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜାତିଗତ ଘୃଣା ସୃଷ୍ଟି କରିବା ଅଭିଯୋଗରେ ସାଲୱାନ ମୋମିକା ଦୋଷୀ କି ନାହିଁ ସେ ନେଇ ଗୁରୁବାର କୋର୍ଟ ରାୟ ଶୁଣାଇବାର ଥିଲା। ତେବେ ତାଙ୍କର ମୃତ୍ୟୁ ପରେ ମାମଲାଟି ସ୍ଥଗିତ ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe