ଭାରତ ବନ୍ଦରେ ସାମିଲ ହେଉଥିବା ସରକାରୀ କର୍ମଚାରୀଙ୍କ ଦରମା କାଟ: ହାଇକୋର୍ଟ

Advertisment
ଭାରତ ବନ୍ଦରେ ସାମିଲ ହେଉଥିବା ସରକାରୀ କର୍ମଚାରୀଙ୍କ ଦରମା କାଟ: ହାଇକୋର୍ଟ

photo-live hindustan

ତିରୁବନନ୍ତପୁରମ: ‘ସେଣ୍ଟ୍ରାଲ୍‌ ଟ୍ରେଡ୍‌ ୟୁନିୟନ୍’ର ୨ଦିନିଆ ଦେଶବ୍ୟାପୀ ଧର୍ମଘଟର ଆଜି ପ୍ରଥମ ଦିନରେ ଭାରତ ବିଭିନ୍ନ ପ୍ରାନ୍ତରେ ମିଶ୍ରିତ ପ୍ରଭାବ ଅନୁଭୂତ ହୋଇଛି | ତେବେ ଆଜି କେରଳ ହାଇକୋର୍ଟ ସରକାରୀ କର୍ମଚାରୀଙ୍କୁ ଧର୍ମଘଟରେ ଭାଗ ନେବାକୁ ବାରଣ କରିଛନ୍ତି। କେରଳ ରାଜ୍ୟ ସରକାରଙ୍କ କର୍ମଚାରୀ ଭାରତ ବନ୍ଦରେ ସାମିଲ ହେବେ ନାହିଁ ଓ ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟ କହିଥିଲେ | କୋର୍ଟ କହିଛନ୍ତି ଯେ ସରକାରୀ କର୍ମଚାରୀମାନେ ଧର୍ମଘଟରେ ସାମିଲ ହେବା ସେବା ନିୟମର ବିରୁଦ୍ଧ ବୋଲି ବିବେଚନା କରାଯିବ। ପ୍ରଧାନ ବିଚାରପତି ଏସ୍ ମଣି କୁମାର ଏବଂ ଜଷ୍ଟିସ୍ ଶାଜି ପି ଚଲିଙ୍କ ଖଣ୍ଡପୀଠ ଏକ ପିଟିସନର ଶୁଣାଣି କରି କହିଛନ୍ତି ଯେ ଏହି ଧର୍ମଘଟରେ ସରକାରୀ କର୍ମଚାରୀଙ୍କ ଅଂଶଗ୍ରହଣ ବେଆଇନ ଅଟେ ଏବଂ ସେମାନେ ସେହିଦିନ ଦରମା ପାଇବାକୁ ଯୋଗ୍ୟ ନୁହଁନ୍ତି।

ଏହାପୂର୍ବରୁ ରାଜ୍ୟର ବାମପନ୍ଥୀ ସରକାର କର୍ମଚାରୀଙ୍କ ଅନୁପସ୍ଥିତିକୁ ଛୁଟିରେ ପରିଣତ କରୁଥିଲେ ଯାହା ଦ୍ୱାରା କର୍ମଚାରୀ ଜଣକ ଧର୍ମଘଟରେ ସାମିଲ ହେଲେ ବି ଦରମା ପାଇପାରୁଥିଲେ । ବର୍ତ୍ତମାନ କୋର୍ଟ ସରକାରଙ୍କୁ ନୋ ୱାର୍କ, ନୋ ପେ(କାମ ନାହିଁ ତ ଦରମା ନାହିଁ) ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉ କି ଚନ୍ଦ୍ରଚୁଡନ ନୟାର ନାମକ ବ୍ୟକ୍ତି କେରଳ ହାଇକୋର୍ଟରେ ଏକ ଯାଚିକା ଦାୟର କରି କହିଥିଲେ ଯେ ସରକାର କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ଧର୍ମଘଟ କରିବାକୁ ଉତ୍ସାହିତ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଦରମା ମିଳିବା ନେଇ ନିୟମ ପରିବର୍ତ୍ତନ କରନ୍ତି । କୋର୍ଟ ଏହି ଯାଚିକାରେ ସହମତି ପ୍ରକାଶ କରି ରାୟ ଦେଇଛନ୍ତି ଯେ ସରକାରୀ କର୍ମଚାରୀ ଏଭଳି ଧର୍ମଘଟରେ ଭାଗ ନେବାକୁ କୌଣସି ଅଧିକାର ନାହିଁ ଏବଂ ଅନୁପସ୍ଥିତ ଦିନରେ ସରକାର ସେମାନଙ୍କୁ ଦରମା ପ୍ରଦାନ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe