ହତ୍ୟାକାରୀର ମୁହଁ ଫୁଟାଣି: 'ମତେ ଏବେ ଫାଶୀ ମିଳିବନି, ବହୁତ ବାଟ ଖୋଲା ଅଛି'

Advertisment
ହତ୍ୟାକାରୀର ମୁହଁ ଫୁଟାଣି: 'ମତେ ଏବେ ଫାଶୀ ମିଳିବନି, ବହୁତ ବାଟ ଖୋଲା ଅଛି'

photo-get india news

ରାମପୁର: ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କୁ କେବେ ରାମପୁର ଜେଲରେ ଫାଶୀ ଦିଆଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସବନମ୍‌ ତାଙ୍କ ପ୍ରେମିକ ସଲିମ୍‌ଙ୍କ ସହ ମିଶି ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ଅତି ବର୍ବର ଭାବେ ହତ୍ୟା କରିଥିଲେ। ୨୦୦୮ ମସିହାର ଏହି ହତ୍ୟା ମାମଲାରେ ସବନମ୍‌ ଦୋଷୀସାବ୍ୟସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିଲେ। ଆଉ ସବନମ ପୂର୍ବରୁ ତାଙ୍କର ପ୍ରେମିକ ସଲିମଙ୍କ ସହ ଏକାଠି ଫାଶୀଖୁଣ୍ଟରେ ଝୁଲିବା ପାଇଁ କରିଥିବା କ୍ଷମା ଆବେଦନକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ତେବେ ଏପର୍ଯ୍ୟନ୍ତ ଡେଥ ୱାରେଣ୍ଟ ଜାରିହୋଇନଥିବାବେଳେ ସବନମଙ୍କ ପ୍ରେମିକ ସଲିମ ର ମୁହଁ ଫୁଟାଣି କଥା ସାମ୍ନାକୁ ଆସିଛି |

ଜଣେ ଜେଲ ଅଧିକ୍ଷକ ସଲିମର ମୁହଁ ଫୁଟାଣି ବାବଦରେ କହିଛନ୍ତି | ତାଙ୍କ ସୂଚନା ମୁତାବକ ସଲିମକୁ ଯେତେବେଳେ ଫାଶୀ ଦିଆଯିବ ବୋଲି କୁହାଯାଇଥିଲା, ସେ କହିଥିଲା ଯେ,'କିଛି ଚିନ୍ତା କରିବାର ନାହିଁ, ମତେ ଏତେ ଶୀଘ୍ର ଫାଶୀ ଦିଆଯିବ ନାହିଁ | ଏତେ ବିକଳ୍ପ ଅଛି ଯେ, ଫାଶୀ ଦେଉଦେଉ ଆହୁରି ବର୍ଷ ବର୍ଷ ଲାଗିଯିବ' | କ୍ଷମା ଆବେଦନ ଉପରେ ଦସ୍ତଖତ କରିବାକୁ ଯେତେବେଳେ ସଲିମକୁ ଜେଲରୁ ଅଣାଯାଇଥିଲା ସେତେବେଳେ ଜଣେ ପୁଲିସ ଅଧିକାରୀ କହିଥିଲେ ଯେ, ନିର୍ମମ ହତ୍ୟାକାଣ୍ଡ ପାଇଁ ଫାଶୀ ମିଳିପାରେ | ଆଉ ତାଙ୍କୁ ଜବାବ ଦେବାକୁ ଯାଇ ସଲିମ କହିଥିଲା ଯେ ଏବେ ବି ଏତେ ବିକଳ୍ପ ଅଛି ଯେ, ଫାଶୀ ଦେଉ ଦେଉ ବର୍ଷ ବର୍ଷ ଲାଗିଯିବ | ସଲିମ ରହୁଥିବା ଜେଲ ଅଧିକ୍ଷକ ପି.ଏନ ପାଣ୍ଡେ କହିଛନ୍ତି ଯେ ସଲିମଙ୍କୁ ନା ପୂର୍ବରୁ କେବେ ପଶ୍ଚାତାପ ଥିଲା ନା ଏବେ ପଶ୍ଚାତାପ ଅଛି |

ସୂଚନା ଥାଉ କି ୨୦୦୮ ମସିହା ଏପ୍ରିଲ ୧୪/୧୫ ରାତିରେ ଅମରୋହାର ବାବନଖେଡି ଗାଁରେ ପ୍ରେମିକ ସଲିମ ସହ ମିଶି ଶୌକତ ଅଲ୍ଲୀଙ୍କ ଝିଅ ସବନମ ନିଜର ବାପା, ମା,ଦୁଇ ଭାଇ,ଭାଉଜ, ସମ୍ପର୍କୀୟ ଭଉଣୀ ଓ ପୁତୁରାକୁ କୁରାଢ଼ୀରେ ହାଣି ହତ୍ୟା କରିଥିଲେ | ପ୍ରକୃତରେ ସବନମ ଓ ସଲିମ ପରସ୍ପରକୁ ଭଲ ପାଉଥିଲେ ବି ତାଙ୍କ ପରିବାର ଏହି ପ୍ରେମ ସମ୍ପର୍କକୁ ସ୍ୱୀକାର କରିନଥିଲେ | ସବନମ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe