ଦରମା ୭,୦୦୦: ୧୩୪ କୋଟି କାରବାର ପାଇଁ ଟ୍ୟାକ୍ସ ନୋଟିସ୍‌

Advertisment
ଦରମା ୭,୦୦୦: ୧୩୪ କୋଟି କାରବାର ପାଇଁ ଟ୍ୟାକ୍ସ ନୋଟିସ୍‌

digitalrunn.com

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲ୍ଲାରେ ଜଣେ ୨୯ ବର୍ଷୀୟ ଯୁବକ ୨୦୧୧-୧୨ ବର୍ଷରେ ମାତ୍ର ୭,୦୦୦ ଟଙ୍କା ଦରମା ପାଉଥିଲେ। କିନ୍ତୁ ଏହି ସମୟରେ ତାଙ୍କ ପ୍ୟାନ୍‌ ନମ୍ବରରେ ଖୋଲା ଯାଇଥିବା ଏକ ବିଜ୍‌ନେସ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୧୩୪ କୋଟି ଟଙ୍କା କାରବାର ହୋଇଥିବା ନେଇ ତାଙ୍କୁ ଟ୍ୟାକ୍ସ ନୋଟିସ୍‌ ଜାରି ହୋଇଛି। ରବି ଗୁପ୍ତା କହିଛନ୍ତି ୨୦୧୧-୧୨ ମସିହାରେ ତାଙ୍କ ଦରମା ଥିଲା ମାତ୍ର ୭,୦୦୦ ଟଙ୍କା। ତେବେ ଏହି ଆକାଉଣ୍ଟ୍‌ କେମିତି ଖୋଲିଲା ତାହା ବି ସେ ଜାଣନ୍ତି ନାହିଁ। ଏହା ଏକ ମନି ଲଣ୍ଡ୍ରିଂ ମାମଲା ‌ବୋଲି ସେ ଅଭିଯୋଗ କରିଛନ୍ତି ଏବଂ ଉକ୍ତ ଘଟଣାରେ ତଦନ୍ତ ଦାବି କରିଛନ୍ତି। ଟ୍ୟାକ୍ସରୁ ବର୍ତ୍ତିବାପାଇଁ ଉକ୍ତ ଯୁବକ ଜଣଙ୍କ ମଧ୍ୟପ୍ରଦେଶ ସାଇବର ସେଲ୍‌, ମହାରାଷ୍ଟ୍ର ପୁଲିସ, ପିଏମ୍‌ଓ ଏବଂ ଆଇଟି ଅଧିକାରୀଙ୍କୁ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe